ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର (କେନ୍ୟୁଜ): ୪ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିଧାନସଭା ସ୍ୱତନ୍ତ୍ର ପ୍ରକୋଷ୍ଠରେ ପ୍ରସ୍ତାବକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ଜଣ ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ପ୍ରତି ପ୍ରାର୍ଥୀ ୨ ସେଟ୍‌ ଲେଖାଏ ନାମାଙ୍କନ ଦାଖଲ କରିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଲତା ଦେଓଙ୍କ ପାଇଁ ପ୍ରସ୍ତାବକ ଅଛନ୍ତି । ରାଜ୍ୟସଭା ନାମାଙ୍କନ ଦାଖଲ ପୂର୍ବରୁ ୪ ପ୍ରାର୍ଥୀଙ୍କ ସହ ଭିଡିଓକନଫରେନ୍‌ସିଂରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ପ୍ରଥମେ ସୁଲତା ଦେଓ ନାମାଙ୍କନ ଦାଖଲ କରିଛନ୍ତି। ୩ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଲତା ଦେଓ। ଏହାପରେ ମାନସ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର। ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ନାମାଙ୍କନ ଦାଖଲ କରିଛନ୍ତି ୪ ରାଜ୍ୟସଭା ପ୍ରାର୍ଥୀ। ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିକଟରେ ନାମାଙ୍କନ ଦାଖଲ କରୁଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଆବଶ୍ୟକ ପଡିଲେ ଜୁନ ୧୦ରେ ମତଦାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.