Below header

ଶ୍ରୀଲଙ୍କାକୁ ୧୫,୦୦୦ ଲିଟର କିରୋସିନ ପଠାଇଲା ଭାରତ; ୭୦୦ ମତ୍ସ୍ୟଜୀବୀଙ୍କୁ ମିଳିବ ସହାୟତା

ଦେଶ ସ୍ୱାଧୀନ ପରଠାରୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ସବୁଠୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି। ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଆମଦାନୀ ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏମିତି ସ୍ଥିତିରେ ଭାରତ ନିଜ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସବୁଆଡ଼ୁ ସହାୟତାର ହାତ ବଢ଼ାଉଛି। ଭାରତ, ଶ୍ରୀଲଙ୍କାର ଜାଫନା ସହରରେ ୭୦୦ ମତ୍ସ୍ୟଜୀବୀଙ୍କୁ ସହାୟତା ନିମନ୍ତେ ୧୫,୦୦୦ ଲିଟର କିରୋସିନ ପଠାଇଛି।

ଜାଫନାରେ ଭାରତର ମହାବାଣିଜ୍ୟ ଦୂତାବାସ ରାକେଶ ନଟରାଜ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ନଟରାଜ କହିଛନ୍ତି ଯେ ୧୫,୦୦୦ ଲିଟର କିରୋସିନକୁ ଭାରତ ତରଫରୁ ସହାୟତା ରୂପେ ଯୋଗାଇ ଦିଆଯାଇଛି। ଶ୍ରୀଲଙ୍କାର ମତ୍ସ୍ୟ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଡେଲ୍ଫଟ, ନୈନାତିଭୁ, ଇଲଭେତିଭୁ ଏବଂ ଅନାଲିତିଭୁର ପାଖାପାଖି ୭୦୦ ମତ୍ସ୍ୟଜୀବୀଙ୍କୁ ଏହି କିରୋସିନ ବିତରଣ କରାଯାଇଛି।

କହି ରଖୁଛୁ, ଦୁଇ ଦିନ ତଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ଵିକ୍ରମସିଙ୍ଘେ ଭାରତକୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ସମୟରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନିଜ ଦେଶକୁ ଭାରତ ଯୋଗାଇ ଦେଉଥିବା ବିଭିନ୍ନ ସହାୟତାକୁ ପ୍ରଧାନମନ୍ତ୍ରୀ ଓ୍ଵିକ୍ରମସିଙ୍ଘେ ପ୍ରଶଂସା କରିବା ସହିତ ଏକ ଟ୍ଵିଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ରେ ଉଲ୍ଲେଖ କରିଥିଲେ କି, ଏଭଳି କଠିନ ସମୟରେ ଭାରତ ତରଫରୁ ଦିଆଯାଇଥିବା ସହାୟତା ପାଇଁ ମୁଁ ନିଜ ଦେଶ ତରଫରୁ ପ୍ରଶଂସା କରୁଛି। ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ଆହୁରି ମଜଭୁତ ହେବାକୁ ମୁଁ ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.