ଖଜା ଖାଇବା ବଦଳରେ ୫ ଟଙ୍କିଆ କଏନ୍ ଢୋକିଦେଲା ୨ ବର୍ଷର ଛୁଆ

(କେନ୍ୟୁଜ): ଖଜା ଖାଇବା ବଦଳରେ କଏନ୍ ଢୋକିଦେଲେ ଜଣେ ୨ ବର୍ଷର ଛୁଆ। ଅଇନିପୁର କରମଳା ମଠ ଲିଲିବାଳା ନାୟକଙ୍କ ଦୁଇବର୍ଷିଆ ଛୁଆ ଗତକାଲି ଏକ ୫ ଟଙ୍କିଆ କଏନ୍ ଗିଳି ଦେଇ କଷ୍ଟ ପାଉଥିଲେ। ପ୍ରଥମେ ଛୁଆକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଫେରାଇ ଦେଇଥିବା ତାଙ୍କ ମା କହିଛନ୍ତି।

ପରେ ଲିଲିବାଳା ଛୁଆକୁ ପୁରୀର ଘରୋଇ ଇ-୨୪ ହସପିଟାଲକୁ ଆଣି ସଫଳ ଚିକିତ୍ସା କରାଇଛନ୍ତି। ଦୁଇଜଣ ଡାକ୍ତର ଛୁଆକୁ ଏମରଜେନ୍ସି ଚିକିତ୍ସା କରାଇ ୧୦ ମିନିଟ ମଧ୍ୟରେ ଗିଳିଥିବା କଏନ୍ କୁ ବାହାର କରିଥିଲେ। ଘରୋଇ ମେଡିକାଲରେ ଏହା ପ୍ରଥମ ଚିକିତ୍ସା ହୋଇଥିବା ବେଳେ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।