ଏହି ଟୁଲ ସେକେଣ୍ଡରେ ଇଣ୍ଟରନେଟରେ ଖୋଜି ବାହାର କରିବ ଆପଣଙ୍କ ଫଟୋ, ଜାଣନ୍ତୁ କ’ଣ ଏହି ଆକୁରେଟ ଫେସ୍‌ ସର୍ଚିଂ ଟୁଲ୍‌

ବିଜ୍ଞାନର ଅଗ୍ରଗତି ମଣିଷ ଜୀବନକୁ ଆହୁରି ସହଜ ଓ କଷ୍ଟଶୂନ୍ୟ କରିଛି । ଏବେ ଏମିତି ଏକ ଟୁଲ ବାହାରିଛି ଯାହା ସାହାଯ୍ୟରେ ସେକେଣ୍ଡରେ ଆପଣ ନିଜର ଫଟୋ ଇଣ୍ଟନେଟରୁ କାଢ଼ି ପାରିବେ । ଏହି ଟୁଲର ନାମ ହେଉଛି PimEyes ଟୁଲ୍‌ । ଇଣ୍ଟରନେଟରେ ଯେଉଁଠି ବି ଥାଉ ଆପଣଙ୍କ ଫଟୋକୁ ଅତି ସହଜରେ ଖୋଜି ବାହାର କରିପାରିବ ଏହି ଟୁଲ । କେବଳ ଆପଣଙ୍କୁ ଏହି ଟୁଲରେ ଦେବାକୁ ହେବ ଆପଣଙ୍କ ଏକ ଫଟୋ ବା ଇମେଜ ।

୨୦୧୭ ମସିହାରେ PimEyes ଆପକୁ ଡିଜାଇନ କରାଯାଇଥିଲା । ଏହାର ମାଲିକ ଥିଲେ ଗିରୋଗି ଗୋବ୍ରୋନିଡେଜ । ଏହି ୩୪ ବର୍ଷ ବୟସ୍କ ଯୁବକଙ୍କର ନିଶା ହେଉଛି ନୂଆ ନୂଆ ଟେକ୍‌ନୋଲୋଜି ବାହାର କରିବା । ସେ ତାଙ୍କର ଏହି ଆପକୁ କିଛି ଜର୍ଣ୍ଣାଲିଷ୍ଟମାନଙ୍କ ଅନୁମତି ନେଇ ତାଙ୍କ ଉପରେ ପରୀକ୍ଷା କରିଥିଲେ ।

ଏପରିକି ସେ ପ୍ରତି ଜର୍ଣ୍ଣାଲିଷ୍ଟମାନଙ୍କ ଫଟୋ ଏହି ଆପରେ ଦେଖିବାକୁ ମିଳିଥିଲା । ଏପରିକି ଯେଉଁମାନେ ସନ ଗ୍ଲାସ ଓ ମାସ୍କ ପିନ୍ଧିଥିଲେ ସେମାନଙ୍କ ଫଟୋ ମଧ୍ୟ ଶହେ ପ୍ରତିଶତ ଠିକ ଆସିଥିଲା । ତେବେ PimEyes ସୋସିଆଲ ମିଡିଆରୁ ଫଟୋ ନନେଇ ନ୍ୟୁଜ୍‌, ଆର୍ଟିକିଲ୍‌, ରିଭ୍ୟୁ ସାଇଟ, ବ୍ଲଗସ ଓ ପ୍ରୋନୋଗ୍ରାଫି ସାଇଟରୁ ଫଟୋ ନେଇଥାଏ ।

PimEyes ବ୍ୟବହାର କରି କିପରି ଇଣ୍ଟରନେଟରୁ ପାଇବେ ଆପଣଙ୍କ ଫଟୋ :

କମ୍ପାନି କହିବା ଅନୁଯାୟୀ, PimEyes ହେଉଛି ଏକ ମଲ୍ଟି ପ୍ରପୋଜ ଟୁଲ୍ସ ଯାହାକି ଲାଟେଷ୍ଟ ଟେକନୋଲୋଜି ବ୍ୟବହାର କରିଛି । ଏଥିରେ ମେସିନ ଲର୍ଣ୍ଣିଂ, ରିଭର୍ସ ଇମେଜ ସର୍ଚ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ କରାଯାଇଛି, ଯାହା ଇଣ୍ଟରନେଟରୁ ଫଟୋ ଖୋଜିବ ।
ଏହାକୁ ବ୍ୟବହାର କରିବା ପାଇଁ PimEyes website ଖୋଲନ୍ତୁ ।

ଏଥିରେ ଆପଣ ଏକ ସର୍ଚ ସେକସନ ପାଇବେ ଯେଉଁଠି ‘ଅପଲୋଡ ଫଟୋ’ ଅପ୍ସନ ଥିବ । କ୍ୟାମେରା କ୍ଲିକ କରି ଏକ ଫଟୋ ଅପଲୋଡ କରନ୍ତୁ । ଅପଲୋଡ ପରେ ଥରେ ସର୍ଚରେ କ୍ଲିକ କଲେ, ଅଳ୍ପ ସେକେଣ୍ଡରେ ଆପଣଙ୍କ ଫଟୋ ଦେଖାଯିବ । ଯେହେତୁ ଏହା ବ୍ଲଗସ, ନ୍ୟୁଜ୍‌, କମ୍ପାନୀ େଓ୍ଵବସାଇଟ ଆଦି ଖୋଜିବ, ତେଣୁ ଏହି ସର୍ଚ ପ୍ରୋସେସ କିଛି ସମୟ ନେବ ।

ଏହି ସେବା ଦେୟ ମୁକ୍ତ ନୁହେଁ । ଆପଣ ଏହି ସେବା ପାଇବାକୁ ହେଲେ ମାସିକିଆ କିମ୍ବା ବର୍ଷିକିଆ ସବସ୍କ୍ରାଇବର ହେବାକୁ ହେବ । ଏହି ସେବା ପାଇବାକୁ ହେଲେ ଆପଣଙ୍କୁ ଅତି କମରେ ୨୯.୯୯ ଡଲାର ଖର୍ଚ୍ଚ କରି ସବସ୍କ୍ରାଇବର ହେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.