ପୁଣିଥରେ ନାନା ହେଲେ ଅମିତାଭ ବଚ୍ଚନ, ଝିଆରୀ ନୈନା ଜନ୍ମ ଦେଲେ ପୁତ୍ର ସନ୍ତାନ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଘରକୁ ଆସିଲା ନୂଆ ଅତିଥି। ପୂର୍ବରୁ ଦାଦା ଓ ନାନା ବନି ସାରିଥିବା ବିଗ୍ ବି ପୁଣିଥରେ ନାନା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିଗ୍ ବିଙ୍କର ସାନ ଭାଇ ଅଭିତାଭ ବଚ୍ଚନଙ୍କ ଝିଅ ନୈନା ବଚ୍ଚନ ମା’ ବନିଛନ୍ତି। ଏନେଇ ଅଭିନେତା ତଥା ତାଙ୍କ ସ୍ୱାମୀ କୁନାଲ କପୁର ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଦମ୍ପତିଙ୍କ ବିବାହକୁ ୭ ବର୍ଷ ହୋଇଛି ଓ ଏହା କପୁର ଏବଂ ବଚ୍ଚନ ପରିବାରର ପ୍ରଥମ ସନ୍ତାନ। ନୈନାଙ୍କ ସ୍ୱାମୀ ବଲିଉଡ୍ ଅଭିନେତା କୁନାଲ କପୁର ନିଜ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଫ୍ୟାନ୍ଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।
ବଲିଉଡ୍ ଅଭିନେତା କୁନାଲ କପୁର ନିଜ ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ସେ ଏକ ନୋଟ୍ ସେୟାର କରି ଲେଖିଛନ୍ତି- ଆମର ସମସ୍ତ ଶୁଭଚିନ୍ତକ ଓ ଚାହିଁବା ଲୋକଙ୍କ ସହ ନୈନା ଓ ମୁଁ ଏହି ଖୁସି ଖବର ସେୟାର କରୁଛୁ ଯେ ଆମେ ଏବେ ପ୍ୟାରେଣ୍ଟସ୍ ହୋଇଗଲୁ। ଆମ ଘରକୁ ଏକ ପୁଅ ଆସିଛି। ଏଥିପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ।
View this post on Instagram
କୁନାଲଙ୍କର ଏହି ପୋଷ୍ଟରେ ଫ୍ୟାନ୍ଙ୍କ ସହ ବଲିଉଡ୍ର ସେଲିବ୍ରିଟି ମାନେ ମଧ୍ୟ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି। ହ୍ରିତିକ ରୋଶନ, ସୁଜୈନ ଖାନ୍, ଅଙ୍ଗଦ ବେଦୀ, ଅକ୍ଷୟ ଓବରୟ, ଶ୍ୱେତା ବଚ୍ଚନଙ୍କ ସହ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।
View this post on Instagram
ସୂଚନାଯୋଗ୍ୟ ଯେ ନୈନା ଲାଇମ୍ ଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରୁଥିବା ନୈନା ହେଉଛନ୍ତି ଅଭିଷେକ ବଚ୍ଚନ ଓ ଶ୍ୱେତା ବଚ୍ଚନଙ୍କ ସମ୍ପର୍କୀୟ ଭଉଣୀ। ସେ କୁନାଲ କପୁରଙ୍କୁ ବିବାହ କରିଛନ୍ତି। କିଛି ବର୍ଷ ଯାଏଁ ପରସ୍ପରକୁ ଡେଟ୍ କରିବା ପରେ ଉଭୟେ ୨୦୧୫ରେ ସେସେଲ୍ସ ଆଇଲାଣ୍ଡରେ ବିବାହ କରିଥିଲେ। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ନୈନା ଓ କୁନାଲଙ୍କ ସାକ୍ଷାତ ଶ୍ୱେତା ବଚ୍ଚନ ହିଁ କରିଥିଲେ।