ଜାପାନ ଲୋକଙ୍କ ଭଳି ଦୀର୍ଘ ଜୀବନ ଚାହୁଁଛନ୍ତି କି ? ଆରମ୍ଭ କରି ଦିଅନ୍ତୁ ଏହି ୬ ସୁପର ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ବହୁ ପ୍ରକାର ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ । ଯେଉଁଥିରେ ଫାଇବର ମାତ୍ରା ପାଚନ ତନ୍ତ୍ର ପାଇଁ ବହୁତ ଉପକାରୀ ହୋଇଥାଏ । ଏଥି ସହ ଶରୀରରେ ଶୁଗାର ଲେବଲ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଫାଇବର ପୂର୍ଣ୍ଣ ଖାଦ୍ୟ ହାର୍ଟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏହାସହ ଗ୍ଲୋଇଂ ସ୍କିନ ଏବଂ ଓଜନ କମ କରିବା ପାଇଁ ଫାଇବର ମଧ୍ୟ ଅଧିକ ଗୁରୁତ୍ୱ ରହିଥାଏ । ଯଦି ଆପଣ ଏକ ଦୀର୍ଘ ଓ ସୁସ୍ଥ ଜୀବନ ବିତାଇବାକୁ ଚାହୁଁଛନ୍ତି ତେବେ ଫାଇବର ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ଏକ ଗବେଷଣା ଅନୁଯାୟୀ ଫାଇବରରେ ଭରପୁର ଖାଦ୍ୟ ପଦାର୍ଥ, ଖାଉଥିବା ଲୋକେ ଦୀର୍ଘ ଜୀବନ ବଞ୍ଚିଥାନ୍ତି । ଦୀର୍ଘ ଜୀବନ ବିତାଉଥିବା ଲୋକେ ଏହି ସବୁ ସ୍ଥାନରେ ରହିଥିବାର ଏକ ଗବେଷଣାରୁ ଜଣାପଡ଼ିଛି । ଗ୍ରୀସ,ଇଟାଲି, ଜାପାନ, କୋଷ୍ଟରୀକା, କାଲିଫୋର୍ଣ୍ଣିଆର ଲୋମା ଲିଣ୍ଡାର ଲୋକେ ଦୀର୍ଘ ଜୀବନ ବିତାଉଥିବା ଜଣାପଡ଼ିଛି । ଏମାନଙ୍କ ଜୀବନ ଶୈଳୀରେ ବିନ୍ସ, ନଟସ୍‌, ଶାଗୁ, ଶସ୍ୟ, ସବୁଜ ପରିବା ଓ ଜଡି ବୁଟି ଆଦି ରହିଥିବା ଜଣାଯାଇଛି । ଏଠାରେ ମାଂସହାରୀ ବ୍ୟତୀତ ଶାକହାରୀ ଜିନିଷର ଅଧିକ ସେବନ କରାଯାଇଥାଏ ।

ଫାଇବର ପୂର୍ଣ୍ଣ ଖାଦ୍ୟ ପାଚନ ଶକ୍ତିକୁ ମଜବୁତ କରିବା ସହ ପୁରୁଣା ରୋଗକୁ ମଧ୍ୟ ରୋକିଥାଏ । ଆମେରିକା ଫୁଡ ଆଣ୍ଡ ଡ୍ରଗ୍ସ ଏଡମିନଷ୍ଟ୍ରେସନ (FDA) ର ଅନୁଯାୟୀ ଜଣେ ବ୍ୟକ୍ତିକୁ ଦୈନିକ ୨୮ ଗ୍ରାମ ଫାଇବର ଖାଇବା ଉଚିତ୍‌ । ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରେ ରହିଛି ଫାଇବର ।

ବିନ୍ସରେ ପ୍ରୋଟିନ ଓ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଚଣା, ରାଜମା, ମଟର, ମସୁର ଆଦିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଓ ଆଇରନ ଥାଏ । ଅଧା କପ ରାଜମାରେ ୮ ଗ୍ରାମ ଫାଇବର ମିଳିଥାଏ ।

ସେହିପରି ଗହମ, ମକ୍କା,ବ୍ରାଉନ ରାଇସ, ବ୍ଲାକ ରାଇସ,ବାଜରା, କାଜୁ, ପିସ୍ତା, ଅଖରୋଟ,ଚିନା ବାଦାମ,ବ୍ରୋକଲି, ବିଭିନ୍ନ ଫଳ ଓ ଫ୍ଲେକ୍ସ ସିଡରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ । ୧୦୦ ଗ୍ରାମ ଫ୍ଲେକ୍ସ ସିଡରେ ୨୭ ଗ୍ରାମ ଫାଇବର ରହିଥାଏ । ତେଣୁ ଏହି ସବୁ ଖାଦ୍ୟ ମନୁଷ୍ୟକୁ ଦୀର୍ଘ ଜୀବନ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.