୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲିକୁ ମିଳିଲା ସର୍ତ୍ତମୂଳକ ଅନୁମତି: କଟକଣା କୋହଳ କଲେ EC
କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲିକୁ ମିଳିଲା ସର୍ତ୍ତମୂଳକ ଅନୁମତି । ପ୍ରଚାର କଟକଣା କୋହଳ କଲେ ମୁଖ୍ୟ ନିର୍ବାଚନ କମିଶନର । ଏଣିକି ସର୍ବାଧିକ ହଜାରେ ଲୋକଙ୍କୁ ନେଇ ରାଲି କରି ପାରିବେ ରାଜନୈତିକ ଦଳ । ଆବଦ୍ଧ ହଲରେ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ସଭା ସମିତି କରିପାରିବେ । ଡୋର୍-ଟୁ-ଡୋର୍ କ୍ୟାମ୍ପେନରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ ।
ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତାରାଖଣ୍ଡ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଭୋଟ୍ ନିଆଯିବ ।