Below header

ଲକଡାଉନରେ ରାମାୟଣ ପଢିଲେ ବିଗ୍ ବି, ଫ୍ଯାନ୍ସମାନଙ୍କୁ କହିଲେ ଏମିତି କଥା

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ଏବଂ ସବୁସମୟରେ ଫ୍ଯାନ୍ସମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ଖାସ୍ ପୋଷ୍ଟ, ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ଠିକ୍ ସେହିଭଳି ଏଥର ଅମିତାଭ ସୋସିଆଲ ମିଡିଆରେ କିଛି ଖାସ୍ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଫ୍ଯାନ୍ସମାନେ ଖୁବ୍ ପ୍ରତିକ୍ରିୟା ଦେଇଛନ୍ତି।

big b-ଅମିତାଭ ବଚ୍ଚନ ନିଜ ଟ୍ବିଟର ଆକାଉଣ୍ଟରେ ରାମାୟଣ ପାଠର ମୁଖ୍ଯ ବାର୍ତ୍ତା ସେୟାର କରିଛନ୍ତି। ସେ ରାମାୟଣ ପାଠ କରିବାର ଫଟୋ ସେୟାର କରିବା ସହ ଟ୍ବିଟରରେ ଲେଖିଛନ୍ତି, ‘ଆଜି ପୂଜା ସମୟରେ, ରାମାୟଣ ପାଠରେ ଏହା ପଢି ଖୁବ୍ ଭଲ ଲାଗିଲା। ’

ରାମାୟଣ ପାଠ ଅନୁଯାୟୀ ନାମ ଏବଂ ରୂପ ଈଶ୍ବରଙ୍କ ଉପାଧି। ଉଭୟ ଅନିର୍ବାର୍ଯ୍ଯ ଏବଂ ସୁନ୍ଦର ଶୁଦ୍ଧ ଭକ୍ତଯୁକ୍ତ ବ୍ଦ୍ଧି ଦ୍ବାରା ହିଁ ଏହାର ସ୍ବରୂପ ଜଣାଯାଇଥାଏ। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ରାମାୟଣ ପାଠରେ ଅନେକ ଫ୍ଯାନ୍ସ ନିଜ ନିଜ ର ପ୍ରତିକ୍ରିୟା ଦେଇଛନ୍ତି। ଏହାପୂର୍ବରୁ ଅମିତାଭ ବଚ୍ଚନ ନିଜର ଅନ୍ଯଏକ ଟ୍ବିଟ ପାଇଁ ଚର୍ଚ୍ଚାରେ ରହିଥିଲେ।

Amitabh_Bachchanଏହାବ୍ଯତୀତ ଅମିତାଭ ବଚ୍ଚନ ଟ୍ବିଟରରେ କହିଛନ୍ତି, ସେ ଏହି ଲକଡାଉନରେ ହୁତ କିଛି ସିଖିବାକୁ ମିଳିଛି। ସେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ଲକଡାଉନ ସମୟରେ ଯେତିକି ମୁଁ ସିଖିଛି ଏବଂ ବୁଝିପାରିଛି ସେତିକି ମୁଁ ଜୀବନର ୭୮ ବର୍ଷରେ ସିଖିପାରିନଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.