ଭଉଣୀଙ୍କ ପାଇଁ ଫ୍ଲାଇଟ୍‌ ବୁକ୍‌ କରିବା ଖବରକୁ ଖଣ୍ଡନ କଲେ ଖୋଦ୍‌ ଅକ୍ଷୟ କୁମାର, କହିଲେ ଏହା ସମ୍ପୂର୍ଣ୍ଣ ମିଛ

କରୋନା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ବଲିଉଡ୍‌ ଆକ୍ଟର ଅକ୍ଷୟ କୁମାର ବେଶ୍‌ ଚର୍ଚ୍ଚାରେ ରହିଥିଲେ। କେତେବେଳେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତ ଆଉ କେତେ ବେଳେ ସରକାରଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ ଅକ୍ଷୟ। ନିକଟରେ ଅକ୍ଷୟ ଭଉଣୀଙ୍କ ପାଇଁ ଫ୍ଲାଇଟ୍‌ ବୁକିଂ କରିଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏହା ଉପରେ ଅକ୍ଷୟଙ୍କ ରିଆକ୍ସନ୍‌ ଆସିଛି। ଅକ୍ଷୟ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଯେ ଖବରଟି ସମ୍ପୂର୍ଣ୍ଣ ମିଛ। ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ମଧ୍ୟ ସେ କହିଛନ୍ତି।

ଅକ୍ଷୟ କୁମାର ଟ୍ଵିଟ୍‌ କରି କହିଛନ୍ତି ଯେ ମୋ ବିଷୟରେ ଯେଉଁ ଖବର ପ୍ରସାରିତ ହେଉଛି ଯେ ମୁଁ ମୋ ଭଉଣୀଙ୍କ ପାଇଁ ଫ୍ଲାଇଟ୍‌ ବୁକ୍‌ କରିଛି, ତାହା ସମ୍ପୂର୍ଣ୍ଣ ମିଛ। ଅକ୍ଷୟ ସ୍ପଷ୍ଟ କରିଛନ୍ତି ଯେ ଲକ୍‌ଡାଉନ୍‌ ମଧ୍ୟରେ ତାଙ୍କ ଭଉଣୀ କୁଆଡ଼େ ବି ଯାତ୍ରା କରିନାହାନ୍ତି ଓ ତାଙ୍କର କେବଳ ଗୋଟିଏ ହିଁ ଛୁଆ ଅଛି। ଏଭଳି ମିଛ ଖବର ପ୍ରସାରିତ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

alka-

ସୂଚନାଯୋଗ୍ୟ ଯେ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ଓ ଲକ୍‌ଡାଉନ୍‌ ଯୋଗୁ ଏହାର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ଏହା ବ୍ୟତୀତ ଲକଡାଉନ୍‌ରେ ଅକ୍ଷୟଙ୍କ OTT ପ୍ଲାଟଫର୍ମରେ ଫିଲ୍ମ ଲକ୍ଷ୍ମୀ ବମ୍‌ ରିଲିଜ୍‌ ହେବ। ଏହି ଫିଲ୍ମ ଖୁବ୍‌ ଶୀଘ୍ର ହଟ୍‌ସ୍ପଟ୍‌ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.