“ଖାଇବା ପାଇଁ ପର୍ସରେ ନଥିଲା ଟଙ୍କା” କହି ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଲେ ବିଗ୍ ବି

ମୁମ୍ବାଇ :  କୋନ ବନେଗା କୋରଡ଼ପତି ୧୦ର ମଞ୍ଚରେ ଅମିତାଭ ବଚ୍ଚନ ନିଜ ଜୀବନ ସମ୍ବନ୍ଧୀୟ ଏକ ବଡ଼ ରହସ୍ଯର ଖୁଲାସା କରିଛନ୍ତି। ଯାହା ଶୁଣିବା ପରେ ଯେକୌଣସି ବ୍ଯକ୍ତିଙ୍କ ଆଖିରେ ଲୁହ ଆସିଯିବ। ଆସନ୍ତୁ ଜାଣିବା କାହିଁକି ଏମିତି କଣ କହିଲେ ଅମିତାଭ।

ଏହା ବିଷୟରେ ସମସ୍ତେ ଜାଣିଛନ୍ତି କି, ଅମିତାଭଙ୍କ ଜୀବନର ଆରମ୍ଭବସ୍ଥା ବହୁତ ସଂଘର୍ଷମୟ ରହିଥିଲା। ତାଙ୍କୁ ଅନେକ ଖାରଜର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ସେ ଜଣେ ଜୁନିୟର ଅଭିନେତା ଭାବେ ହିଁ ତାଙ୍କ କ୍ଯାରିୟର ଆରମ୍ଭ କରିଥିଲେ। ଯାହାକୁ ଏବେ କେବିସିର ମଞ୍ଚରେ ମନେ ପକାଇବା ସହ କାନ୍ଦି ପକାଇଥିଲେ ଅମିତାଭ।

amitav

ଅମିତାଭ କହିଥିଲେ, ସେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ କୋଲକତାରେ ଚାକିରି କରୁଥିଲେ। ସେଠାରେ ତାଙ୍କୁ ମାତ୍ର ୫୦୦ ଟଙ୍କା ମିଳୁଥିଲା। ବର୍ତ୍ତମାନ ସମୟ ଅନୁଯାୟୀ ୫୦୦ଟଙ୍କା ଖୁବ୍ କମ୍ । କୋଲକତାରେ ରହିବା ପାଇଁ ତାଙ୍କୁ ୩୦୦ଟଙ୍କା ଦେବାକୁ ପଡ଼ୁଥିଲା। ତେବେ ସେହି ରୁମରେ ସମୁଦାୟ ୭ଜଣ ମିଶି ରହୁଥିଲେ। ଏଥିସହ ୩୦୦ଟଙ୍କା ଘର ଭଡ଼ା ହିସାବରେ ଦେବା ପରେ ତାଙ୍କ ପାଖରେ ବଞ୍ଚୁଥିଲା ମାତ୍ର ୨୦୦ ଟଙ୍କା। ଯେଉଁଥିରେ ସାରା ମାସ ଚଳୁଥିଲେ। ଯାହା କିଛି ସହଜ କଥା ନଥିଲା। ଏପରି ମଧ୍ୟ ବହୁତ ଥର ହୋଇଛି ଯେତେବେଳେ କିଛି ଖାଇବା ନପାଇ ମୁଁ କେବଳ ବତାଶ ଖାଇ ଏବଂ ପାଣି ପିଇ ଶୋଇଛି।

amitav 2

ଏହାପରେ ହସି ଅମିତାଭ କହିଛନ୍ତି ବତାଶା ଏବଂ ପାଣି ବହୁତ ସ୍ବିଦିଷ୍ଟ ରହିଥାଏ। ତେବେ ଅମିତାଭ କେବିସି ଖେଳ ସମୟରେ ଜଣେ ପ୍ରତିଯୋଗୀଙ୍କୁ କଲିକତା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ସମୟରେ ନିଜର କାହାଣୀ କହିଥିଲେ।

କେବିସି ୧୦ ଚଳିତଥର ସବୁଠାରୁ ଅଧିକ ଟିଆରପି ବିଶିଷ୍ଟ ଶୋ ମାନଙ୍କ ମଧ୍ୟରେ ରହିଥିଲା। ତେବେ ଏହା ସିମିତି ଏପିସୋଡ଼ ଅଣାଯାଇଥିବା ବେଳେ ଖୁବ ଶୀଘ୍ର କେବିସି ୧୧ ସହ ପୁଣି ଅମିତାଭ କମ୍ ବ୍ଯାକ୍ କରିବା କଥା କୁହାଯାଉଛି।

 

Leave A Reply

Your email address will not be published.