Below header

ଦଳ ଛାଡିବେ କି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ? ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍) : ବିଜେପି ଛାଡ଼ିବେ କି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୨୮ ତାରିଖ ବୁଧବାର ଦିନ ଉଭୟ ଏକାଠି ବସି ଆଲୋଚନା କରିବେ । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏଦୁହେଁ ବିଜେପି ଛାଡ଼ିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ବିଜେପିର ବିଭିନ୍ନ କାର୍ଯ୍ଯକ୍ରମରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦୂରେଇ ରହୁଥିବା ଦେଖିବାକୁ ମିଳିଛି । ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ରାଉରକେଲା ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ଅଛନ୍ତି ଦିଲ୍ଲୀପ ରାୟ । ଏଥିପାଇଁ ସେ ବିଜେପି ବିଧାୟକ ପଦରୁ ଇସ୍ତଫା ଓ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.