ବିଗ ବି ପିନ୍ଧିଲେ ପ୍ରଥମ ଲାଇଟବାଲା ମାସ୍କ, ଭିଡିଓ ଦେଖି ଫ୍ଯାନ୍ ହେଲେ ପାଗଳ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି। ସେ ତାଙ୍କ ଜୀବନର ଅଧିକାଂଶ ସମୟ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରନ୍ତି । ବେଳେବେଳେ ଥ୍ରୋବ୍ୟାକ୍ ଫଟୋ ତ ଆଉ କେତେବେଳେ ଭିଡିଓ ମାଧ୍ୟମରେ ସେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ଅମିତାଭ ବଚ୍ଚନ ତାଙ୍କ ମାସ୍କ ଯୋଗୁଁ ଟ୍ୱିଟରରେ ଚର୍ଚ୍ଚାରେ ଅଛନ୍ତି ।

ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ନୂଆ ଷ୍ଟାଇଲ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ଭିଡିଓରେ ତାଙ୍କୁ ମାସ୍କ ପିନ୍ଧିଥିବାର ଏବଂ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଯାଇଛି ।


କିନ୍ତୁ ଯେତେବେଳେ ଅମିତାଭ ବଚ୍ଚନ କଥା ହେବା ପାଇଁ ନିଜ ଓଠ ଚାଳନା କରନ୍ତି, ସେତେବେଳେ ଲାଇଟ୍ ମଧ୍ୟ ତାଙ୍କ ମାସ୍କରେ ଥିବା ଓଠର ଆକାର ଅନୁଯାୟୀ ଗତି କରିଥାଏ । ଲୋକମାନଙ୍କୁ ଏହି ମାସ୍କ ବହୁତ ପସନ୍ଦ ଆସିଛି । ଲୋକମାନେ ଏହି ଭିଡିଓରେ ମଧ୍ୟ ବହୁତ କମେଣ୍ଟ କରୁଛନ୍ତି । ସୂଚନାଯୋଗ୍ଯ, ଅମିତାଭ ବଚ୍ଚନ ଖୁବ୍ଶୀଘ୍ର ଇମ୍ରାନ୍ ହାସମୀଙ୍କ ସାଥିରେ ‘ଚେହେରା’ ଏବଂ ନାଗରାଜ ମଞ୍ଜୁଲେଙ୍କ ‘ଝୁଣ୍ଡ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.