ସରିଲା ଅମିତାଭ ବଚ୍ଚନଙ୍କ ଅପରେସନ୍‌, ସର୍ଜରୀ ପରେ ଏବେ ଏମିତି ଅଛନ୍ତି ବିଗ୍‌ ବି

ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନଙ୍କର ହୋଇଛି ମୋତିଆବିନ୍ଦୁ ଅପରେସନ୍‌। ରିପୋର୍ଟରେ କୁହାଯାଇଛି ଯେ ମହାନାୟକ ୨୪ ଘଣ୍ଟା ଭିତରେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଆସିବେ। ମାତ୍ର ଏନେଇ କୌଣସି ଅଫିସିଆଲି ସୂଚନା ମିଳିପାରିନାହିଁ। ମିଳିଥିବା ସୂଚନାନୁସାରେ, ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ଅପରେସନ୍‌ ନୁହେଁ, କେବଳ ମୋତିଆବିନ୍ଦୁ ସର୍ଜରୀ। ଅମିତାଭ ବଚ୍ଚନ ୨୪ ଘଣ୍ଟା ମଧ୍ୟରେ ଘରକୁ ଫେରିଆସିବେ।

ଅନ୍ୟପଟେ ବିଗ୍‌ ବିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଖବର ପାଇବା ପରେ ଫ୍ୟାନ୍‌ମାନେ ଦୁଃଖୀ ହୋଇପଡ଼ିଛନ୍ତି। ସେମାନେ ଅମିତାଭଙ୍କ ସୁସ୍ଥତା କାମନା କରିଛନ୍ତି। ଫ୍ୟାନ୍‌ଙ୍କର ଭଲ ପାଇବା ଦେଖି ଅମିତାଭ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

 

View this post on Instagram

 

A post shared by Amitabh Bachchan (@amitabhbachchan)

କିଛି ସମୟ ପୂର୍ବରୁ ଅମିତାଭ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ହାତ ଯୋଡ଼ିବା ଇମୋଜି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଶନିବାର ଦିନ ଅମିତାଭ ନିଜ ବ୍ଲଗ୍‌ରେ ସର୍ଜରୀ ପାଇଁ ଯିବେ ବୋଲି ସୂଚନା ଦେଇଥିଲେ। ସେ ଲେଖିଥିଲେ, ‘ମେଡିକାଲ କଣ୍ଡିସନ୍‌… ସର୍ଜରୀ… ଲେଖିବାକୁ ଅସମର୍ଥ’।

ab

ପ୍ରକାଶ ଯେ ଗତ ବର୍ଷ ଅମିତାଭ ବଚ୍ଚନ କରୋନା ଭାଇରସ୍‌ କବ୍‌ଜାକୁ ଆସିଥିଲେ। ସେ ପୁଅ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା ସହ ମେଡିକାଲରେ ଭର୍ତ୍ତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.