ରାଜଧାନୀରେ ସ୍ମାର୍ଟ ଲୁଟେରା: OLXରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍
ସ୍ମାର୍ଟ ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ୍
![bike](https://knewsodisha.com/wp-content/uploads/2021/03/bike.jpg)
ଭୁବନେଶ୍ବର: ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ୍ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚି ଯାଉଥିଲା ସ୍ମାର୍ଟ ଚୋର । ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍ । ରାଜଧାନୀରେ ମାତିଛନ୍ତି ଏଭଳି ସ୍ମାର୍ଟ ଲୁଟେରା । ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ OLXରେ ବିଜ୍ଞାପନ ଦେଇଥିଲେ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚିଥିଲା ଲୁଟେରା । ଟେଷ୍ଟ ଡ୍ରାଇଭ କରିବା ବାହାନାରେ ଗାଡ଼ି ଧରି ଫେରାର ହୋଇଯାଇଥିଲା ସ୍ମାର୍ଟ ଚୋର ।
ଥାନାରେ ଏତଲା ଦେବା ପରେ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସ । ପଚରାଉଚରା ବେଳେ ସାମନାକୁ ଆସିଛି ସାଂଘାତିକ ସତ । OLXରେ ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରିଥାଏ । ଫୋନରେ କଥା ହୋଇ ଠିକଣା ଜାଗାରେ ପହଁଚି ଯାଏ ଲୁଟେରା । ପରେ ଟେଷ୍ଟ ଡ୍ରାଇଭ କରି ଗାଡି ଲୁଟି ନେଉଥିଲା । ତାଠରୁ ୧୧ଟି ଗାଡ଼ି ଧରାପଡ଼ିଛି । ଏହି ଚୋରା ଗାଡିକୁ ନେଇ ଲୋକଙ୍କୁ ଅଳ୍ପ ଟଙ୍କାରେ ବିକୁଥିଲା ଚୋର ।