Below header

‘Vivah’ ଅଭିନେତ୍ରୀ ଅମ୍ରିତା ରାଓ ମା’ ହେବାକୁ ଯାଉଛନ୍ତି, କ୍ଲିନିକ ବାହାରେ ସ୍ୱାମୀଙ୍କ ସହିତ ଆସିଲେ ନଜର

ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓଙ୍କ ବିବାହ ପରେ ଏବେ ତାଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କରିନା କପୁର, ଅନୁଷ୍କା ଶର୍ମାଙ୍କ ଭଳି ଅଭିନେତ୍ରୀଙ୍କ ତାଲିକାରେ ସେ ମଧ୍ୟ ସାମିଲ ହୋଇଛନ୍ତି। କଥାଟା ହେଉଛି, ବର୍ତ୍ତମାନ ଅମ୍ରିତା ପ୍ରେଗନାଣ୍ଟ ଅଛନ୍ତି। ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। କିଛିଦିନ ତଳେ ଅମ୍ରିତା ମୁମ୍ବାଇ ଖାରର ଏକ କ୍ଲିନିକ ବାହାରେ ବେବି ବମ୍ପ ସହ ନଜର ଆସିଥିଲେ।

bv

ଅମ୍ରିତା ଓ ଆରଜେ ଅନମୋଲ ପ୍ରଥମ ଥର ମାଆ, ବାପା ହେବାକୁ ଯାଉଛନ୍ତି। କହି ରଖୁଛି, ଅମ୍ରିତା ଓ ଅନମୋଲ ୨୦୧୬ରେ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ଏହି ସିକ୍ରେଟ ବିବାହରେ କେବଳ ଦୁହିଁଙ୍କ ପରିବାର ଲୋକ ଏବଂ ନିକଟତମ ବନ୍ଧୁ ସାମିଲ ହୋଇଥିଲେ। ଅମ୍ରିତାଙ୍କୁ ଫିଲ୍ମ ‘ଇସ୍କ ଭିସ୍କ’ ଏବଂ ‘ବିବାହ’ରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.