Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ୩୦ ଜିଲ୍ଲାରୁ  ଆଉ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି ବୋଲି  ଟ୍ବିଟ  କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ  କରି  ସୂଚନା ଦେଇଛି।


ଆଜି  ସୁସ୍ଥ ହୋଇଥିବା ୨୭୯୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ, କଟକରୁ ୧୭୯ ଜଣ , ଯାଜପୁର ଜିଲ୍ଲାରୁ ୧୪୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ପୁରୀରୁ ୧୨୭ ଜଣ, ନବରଙ୍ଗପୁର ୧୨୦, ବଲାଙ୍ଗୀରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡା ୧୦୨, ବରଗଡ଼ ୯୭, ନୂଆପଡା ୯୭, ମୟୁରଭଞ୍ଜରୁ ୯୬, ସୁନ୍ଦରଗଡ଼ ୭୭, କଳାହାଣ୍ଡି ୭୬, ବାଲେଶ୍ଵର ୭୫, ସୋନପୁର ୭୧, ଜଗତସିଂହପୁର ୫୨, କନ୍ଧମାଳ ୫୦, କୋରାପୁଟ ୪୭, ଭଦ୍ରକ ୪୨, କେନ୍ଦୁଝର ୪୧, ମାଲକାନଗିରି ୪୧, ନୟାଗଡ଼ ୩୭, ଗଂଜାମ ୩୪, ଢେଙ୍କାନାଳ ୩୩, ଝାରସୁଗୁଡା ୩୧, ଦେବଗଡ଼ ୧୭, ଗଜପତି ୧୭ ବୌଦ୍ଧ ୫, ରାୟଗଡା ରୁ ୪ ଜଣ ଓ ଷ୍ଟେଟପୁଲରୁ ୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.