Below header

ସପୁରୀ କାଟିବା ବେଳେ ଆଉ ଅସୁବିଧା ହେବନି, ଏହି ଉପାୟରେ ହାତରେ ବି ଛଡ଼ାଇପାରିବେ; ଦେଖନ୍ତୁ ଭିଡିଓ

ସବୁ ପରିବା ଓ ଫଳ କାଟିବାକୁ ସହଜ ହୋଇଥିଲେ ମଧ୍ୟ କିଛି ଏଭଳି ପରିବା ରହିଛି ଯାହାକୁ କାଟିବା ବେଳେ ଭାରି ସମସ୍ୟା ହୁଏ। ଖାସ୍‌ କରି ପଣସ, ସପୁରୀ ଆଦି କାଟିବା ବେଳେ ବହୁ ଅସୁବିଧା ହୋଇଥାଏ। ପଣସ ଅଠାଳିଆ ଲାଗୁଥିବାରୁ ଏହାକୁ କାଟିବା ବେଳେ ତେଲ ବ୍ୟବହାର କରିବାକୁ ପଡ଼ିଥାଏ। ସେହିପରି ସପୁରୀ କାଟିବା ପାଇଁ ଛୁରୀ, ପନିକି ଆଦି ଦରକାର ପଡ଼େ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ସପୁରୀ କାଟିବାର ସବୁଠୁ ସହଜ ଟ୍ରିକ୍‌ ଦେଖାଉଛନ୍ତି, ତାହା ପୁଣି ବିନା କୌଣସି ଅସ୍ତ୍ର ବ୍ୟବହାର କରି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ବ୍ୟକ୍ତି ଜଣକ ପ୍ରଥମେ ସପୁରୀର ଉପର ପତ୍ରକୁ ହାତରେ ବୁଲାଇ ବୁଲାଇ କାଢ଼ୁଛନ୍ତି। ତା’ ପରେ ସେ ସପୁରୀକୁ ତଳେ କିଛି ସମୟ ବାଡ଼ଉଛନ୍ତି। କିଛି ସମୟ ଏଭଳି କରିବା ପରେ ସପୁରୀର ଖୋସାଗୁଡ଼ିକ ଢିଲା ହୋଇଯାଉଛି। ପରେ ସେ ତାହାକୁ ସହଜରେ କାଢ଼ି ଖାଉଛନ୍ତି।

ଏହି ଭିଡିଓକୁ ଫେସ୍‌ବୁକ୍‌ରେ ଜନ୍‌ ନୋନି ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଅକ୍ଟୋବର ୬ ତାରିଖରେ ଏହି ଭିଡିଓ ସେୟାର କରାଯାଇଥିବା ବେଳେ ଏବେ ଯାଏଁ ଏଥିରେ ୧.୩୮ ଲକ୍ଷ ଲାଇକ୍‌ ଓ ୧୪ ହଜାର କମେଣ୍ଟ ମିଳିଛି। ସେହିପରି ୨.୦୬ ଲକ୍ଷ ଲୋକ ଭିଡିଓଟିକୁ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.