ମେରୁଦଣ୍ଡ ଭାଙ୍ଗିଦେଲା କରୋନା, କଣ୍ଠଶିଳ୍ପୀ ଏବେ ଘରେ ଘରେ ଯୋଗାଉଛନ୍ତି ହୋମ ଡେ଼ଲିଭରି ସେବା

ମହାମାରୀ କରୋନା ଆସିଲାନି ଯେ ପୁରା ବିଶ୍ଵର ମେରୁଦଣ୍ଡ ଭାଙ୍ଗି ଦେଇଛି । ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ ଏହି ମହାମାରୀ ପ୍ରକୋପରେ ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହିସବୁକୁ ବାଦ ଦେଲେ ଅନେକ ଲୋକ ଏହି କରୋନା ପାଇଁ ନିଜର ଜୀବିକାକୁ ମଧ୍ୟ ବଦଳାଇ ଦେଇଛନ୍ତି । କାରଣ କରୋନା ଛଡାଇ ନେଇଛି ବୃତ୍ତି।

ଠିକ ସେହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଟକରେ । ଥରେ ନଜର ପକାନ୍ତୁ ଏହି ହୋମ ଡେଲିଭରି ଦେଉଥିବା ମହିଳାଙ୍କ ଉପରେ । ମହିଳାଙ୍କ ନାଁ ହେଉଛି ଜ୍ୟୋତ୍ସ୍ନା ପାତ୍ର । ସେ କଟକର ଝାଞ୍ଜିରି ମଙ୍ଗଳା ଲୁଣିଆ ସାହିରେ ରୁହନ୍ତି । ପେଶାରେ ଏ ହେଉଛନ୍ତି ଜଣେ କଣ୍ଠ ଶିଳ୍ପୀ, କିନ୍ତୁ ଏହି କୋରନା ମହାମlରୀ ସମୟରେ ନିଜ ଗୀତକୁ ଛାଡି ସେ ଆପଣେଇଛନ୍ତି ଫ୍ଲିପକାର୍ଟ ହୋମ ଡେଲିଭରି ସେବା । ତେବେ ଏହି ମହିଳା ଜଣଙ୍କ କଟକ ସହରର ପ୍ରଥମ ମହିଳା ଯିଏକି ଏହି ଫ୍ଲିପକାର୍ଟ ହୋମ ଡେଲିଭରି ସେବା ଯୋଗାଉଛନ୍ତି । ସ୍ୱାମୀ ମରିଗଲା ପରେ ଘର ଚଳାଇବାକୁ ବହୁତ ହଇରାଣ ହେଉଥିଲେ ତାସାହିତ ଝିଅର ପାଠପଢାକୁ ଦୃଷ୍ଟିରେ ରଖି ଏପରି ପନ୍ଥା ଆପଣେଇଛନ୍ତି ବୋଲି କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.