ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କଲା ବାସୁଦେବପୁର ପୋଲିସ

ଭଦ୍ରକ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏହା ଜବତ ହୋଇଛି। ସୁଦର୍ଶନପୁର ପଞ୍ଚାୟତ ସ୍ଥିତ ମିରିଗାଁ ଛକ ରାସ୍ତାରେ ଗାଡ଼ି ଚେକିଂ ଚାଲିଥିଲା। ଏକ ହୋଣ୍ଡାଇ ଏକସେଣ୍ଟ ଗାଡିକୁ ଚେକିଂ କରିବା ସମୟରେ ତା ମଧ୍ୟରୁ ଏକ କୁଇଣ୍ଟାଲରୁ ଅଧିକ ହେବ ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଡ୍ରାଇଭର ଓ ବେପାରୀକୁ ଗିରଫ କରାଯାଇଛି। ଏହି ଗଞ୍ଜେଇ ଗଞ୍ଜାମ ବ୍ରହ୍ମପୁରରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସୀମାକୁ ଆସୁଥିବାରୁ ପୋଲିସ ପକ୍ଷରୁ ସୂଚନା ମିଳିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ବାସୁଦେବପୁର ପୋଲିସ କହିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.