Below header

ସାଂସଦ ଫାରୁକ୍‌ ଅବଦୁଲ୍ଲାଙ୍କୁ ପୋଷ୍ୟ ପୁତ୍ର କରୁ ଚୀନ୍‌, ଏପରି ଲେଖା ଥାଇ ଦିଲ୍ଲୀ ସ୍ଥିତ ଚୀନ୍‌ ଦୂତାବାସ ଆଗରେ ଲାଗିଛି ପୋଷ୍ଟର

ନୂଆଦିଲ୍ଲୀ : କିଛି ଦିନ ତଳେ କଶ୍ମୀରରେ ପୁଣି ଥରେ ଆର୍ଟିକିଲ୍‌ ୩୭୦ ଲାଗିବା ନେଇ ଚୀନ୍‌ର ସହାୟତା ଦରକାର ବୋଲି ସାଂସଦ ଫାରୁକ୍‌ ଅବଦୁଲ୍ଲା ପ୍ରକାଶ କରିଥିଲେ । ଏହାକୁ ନେଇ ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଜେପି ମୁଖପାତ୍ର ସନ୍ଦୀପ ପାତ୍ର ଫାରୁକ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିବାକୁ ପ୍ରକାଶ କରିଥିଲେ ।

ଏବେ ଏହାକୁ ନେଇ ହିନ୍ଦୁ ସେନା ଘୋର ବିରୋଧ କରିଛି । ଭାରତ ସ୍ଥିତ ଚୀନ୍‌ ଦୂତାବାସ ଆଗରେ ଫାରୁକ୍‌ଙ୍କ ଫଟୋ ସମ୍ବଳିତ ଏକ ପୋଷ୍ଟର ଲଗାଇଛି ହିନ୍ଦୁ ସେନା । ଯେଉଁଥିରେ ଲେଖା ଅଛି, ‘ପ୍ଲିଜ ଆଡପ୍ଟ ଫାରୁକ୍‌ ଅବଦୁଲ୍ଲା , ଟେକ୍‌ ହିମ୍‌ ଟୁ ଚାଇନା’ ।

farooq poster

ପ୍ରକାଶଯୋଗ୍ୟ, ଚୀନ୍‌ ସମର୍ଥନରେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆର୍ଟିକିଲ୍‌ ୩୭୦ ଲାଗୁ ହୋଇପାରେ । ଫାରୁକ୍‌ ୩୭୦ କୁ ସମର୍ଥନ କରିବା ନେଇ ଆଗରୁ ବହୁତ କଥା କହିଥିଲେ ହେଁ ଏଥର ଚୀନ୍‌ର ନାମ ନେଇ ଦେଶକୁ ବିବାଦ ମୋଡ଼କୁ ନେଇ ଯାଇଛନ୍ତି । ଫାରୁକ କହିଛନ୍ତି, ଆର୍ଟିକିଲ୍‌ ୩୭୦ ଓ ୩୫ ଏ ଜମ୍ମୁ-କଶ୍ମୀରରେ ପୁଣି ଥରେ ଲାଗୁ କରିବା ଅସମ୍ଭବ ।

ତେଣୁ ଚୀନ୍‌ ଯଦି ସମର୍ଥନ କରେ ପୁନର୍ବାର ଆର୍ଟିକିଲ୍‌ ୩୭୦ ଲାଗୁହୋଇପାରେ । ଏହା ପୂର୍ବରୁ ଫାରୁକ୍‌ କହିଥିଲେ, ଯଦି ଲଦାଖ ପାଇଁ ଭାରତ ଚୀନ୍‌ ସହ କଥାବାର୍ତ୍ତା କରିପାରୁଛି ତେବେ କଶ୍ମୀର ପାଇଁ ପଡୋଶୀ ଚୀନ୍‌ ସହ କଥା ହୋଇ ସମସ୍ୟାର ସମାଧାନ କରିବା ଦରକାର ।

ସେ ଆହୁରି କହିଥିଲେ, ନା କାଶ୍ମୀର ଲୋକ ନିଜକୁ ଭାରତୀୟ ମାନନ୍ତି ନା ଭାରତୀୟ ହେବାକୁ ଚାହାଁନ୍ତି । ବରଂ ଚୀନ୍‌ ସେମାନଙ୍କ ଉପରେ ଶାସନ କରିବା ଚାହାଁନ୍ତି । ଏହା ବିରୋଧରେ ହିନ୍ଦୁ ସେନା ଏବେ ଫାରୁକଙ୍କୁ ଚୀନ୍‌ର ପୋଷ୍ୟ ପୁଅ କରୁ ବୋଲି କହି ଏପରି ପୋଷ୍ଟର ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.