ରିକ୍ସା ଚଲାଇଲେ ଅମାୟରା

ଭାବୁଥିବେ ଅମାୟରାଙ୍କ ଏତେ ଦୁର୍ଦ୍ଦିନ ଆସିଗଲା ଯେ, ତାଙ୍କୁ ରିକ୍ସା ଚଲାଇବାକୁ ପଡିଲା। କଥାଟି ପଢି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। କଥାଟି କ’ଣ କି, ବଲିଉଡର ମଲ୍ଟିଷ୍ଟାର ଫିଲ୍ମ ପ୍ରସ୍ଥାନମ ସେପ୍ଟେମ୍ବର ୨୦ରେ ପରଦା ଉପରକୁ ଆସିବାକୁ ରହିଛି। ଏଥିପାଇଁ ଫିଲ୍ମରେ ଅଭିନୟ କରିଥିବା ଷ୍ଟାରମାନେ ଏହାର ପ୍ରମୋଶନ କରିବାରେ ଲଗାପଡିଛନ୍ତି। ଏଥିରୁ ଅମାୟରା ଦସ୍ତୁର ବା କେମିତି ବାଦ୍‌ ପଡିବେ। ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅମାୟରା ମଧ୍ୟ ରହିଛନ୍ତି। ଫିଲ୍ମରେ ତାଙ୍କ ଚରିତ୍ର ନାମ ଗୁଞ୍ଜନ ରହିଛି। ନିକଟରେ ସୋସିଆଲ ମିଡିଆରେ ଅମାୟରାରଙ୍କ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଅମାୟରା ଇ- ରିକ୍ସା ଚଲାଉଥିବାର ନଜର ଆସିଥିଲେ।

ଫିଲ୍ମରେ ଏକ ଗୀତ ସୁଟ କରିବା ପାଇଁ ଅମାୟରାଙ୍କୁ ଏହି କାମ କରିବାକୁ ପଡିଛି। ଯାହାକୁ ନେଇ ଅମାୟରା କହିଛନ୍ତି, ଇ- ରିକ୍ସା ଚଲାଇବା ବହୁତ ରୋମାଞ୍ଚକର ରହିଥିଲା। ଇ ରିକ୍ସା ଚଲାଇବା ସ୍କୁଟି ଚଲାଇବା ଭଳି ବହୁତ ସହଜ। ଏହି ଗୀତ ତାଜମହଲ ଏବଂ ଫତେପୁର ସିକରୀ ଭଳି ସ୍ଥାନରେ ସୁଟିଂ କରାଯାଇଛି। ଅପକମିଙ୍ଗ ଫିଲ୍ମକୁ ନେଇ ଅମାୟରା ବେଶ୍‌ ଉତ୍ସାହିତ ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.