Below header

ସୋନପୁର ବଜାରରେ ମିଳୁନି ସରିଆଁ ଧାନ, ଆଉ ଦିନକ ପରେ ନୂଆଁଖାଇ

ସୁବର୍ଣ୍ଣପୁର (କେ ନ୍ୟୁଜ) : ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କେତେ ଜାକଜକମରେ ଏହି ପର୍ବ ପାଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହୋଇଗଲେଣି।ଏହି କୃଷିଭିତ୍ତିକ ପର୍ବରେ ଚାଷୀ ଅମଳ କରିଥିବା ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିବା ପାଇଁ ସମସ୍ତେ ଚଳଚଞ୍ଚଳ। ହେଲେ ଭାଦ୍ରବ ମାସର ଏହି କୃଷିଭିତ୍ତିକ ପର୍ବରେ ପନିପରିବା ଠାରୁ ଆରମ୍ଭ କରି ସରିଆଁ ଧାନ ମଧ୍ୟ ମହଙ୍ଗା ହୋଇଛି। ନବାନ୍ନ ପାଳନ କରିବାକୁ ଧାନ କେଣ୍ଡାଏ ବି ଦେଖିବାକୁ ମିଳୁନାହିଁ ଚାଷ ଜମିରେ।

SARIA DHANA-2

ଅନିୟମିତି ମୌସୁମୀ ସାଙ୍ଗକୁ ବିଳମ୍ବିତ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି। ଖରିଫ ଋତୁରେ ପ୍ରଥମେ ସ୍ୱଳ୍ପ ବର୍ଷା ପରେ ବନ୍ୟା ହୋଇଥିବାରୁ ନବାନ୍ନ ପାଳନ ପାଇଁ ବ୍ୟବହାର ହେଉଥିବା ସରିଆଁ ଧାନର ଘୋର ଅଭାବ ଦେଖାଦେଇଛି ସୁବର୍ଣ୍ଣପୁରରେ। ପରମ୍ପରା ଅନୁଯାୟୀ ଏହି ପର୍ବ ପାଳନ କରିବାକୁ ସଭିଁଏ ପ୍ରସ୍ତୁତ ରହିଥିଲେ ମଧ୍ୟ ସରିଆଁ ଧାନର ଅଭାବ ଲୋକଙ୍କ ମନରେ ଖୁସି ଦେଇପାରୁନାହିଁ। ସେମାନଙ୍କ ମନରେ ଉତ୍ସାହ ମଧ୍ୟ ରହୁନାହିଁ। ଲୋକେ ବଜାରକୁ ଯାଇ ଧାନ କିଣି ନ ପାରି ନିରାଶ ହୋଇ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.