ବିଜୟଙ୍କ ସହିତ ବାଇକ୍‌ ଟାଙ୍କିରେ ବସି ରୋମାନ୍ସ କରୁଥିବାର ନଜର ଆସିଲେ ଅନନ୍ୟା, ଫଟୋ ହେଉଛି ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଜୟଙ୍କ ଏହି ଡେବ୍ୟୁ ଫିଲ୍ମରେ ଅନନ୍ୟା ତାଙ୍କ ବିପକ୍ଷରେ ନଜର ଆସିବେ। ଫିଲ୍ମକୁ କରନ ଜୋହର ପ୍ରଯୋଜନା କରୁଥିବା ବେଳେ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ସୁଟିଂ ଶେଷ ହୋଇସାରିଛି। ନିକଟରେ ଫିଲ୍ମ ସେଟ୍‌ରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଜୟଙ୍କ ବାଇକ୍‌ ଟାଙ୍କିରେ ବସି ଅନନ୍ୟା ସଟ୍‌ ଦେଉଥିବାର ନଜର ଆସିଛନ୍ତି।

v2

ଏହି ଫଟୋରେ ବିଜୟଙ୍କ ବାଇକ ଟାଙ୍କିରେ ଅନନ୍ୟା ବସି ଯାଉଥିବା ବେଳେ ବିଜୟ ବାଇକ୍‌ ଚଳାଉଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ବିଜୟ ନିଜର ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହାପରେ ଏହି ଫିଲ୍ମର ରିମେକ୍‌ ‘କବୀର ସିଂ’ ତିଆରି ହୋଇଥିଲା। ଯାହା ବକ୍ସ ଅଫିସରେ ସୁପରହିଟ୍‌ ରହିଥିଲା। ନିକଟରେ ବିଜୟଙ୍କ ଅଭିନୀତ ଫିଲ୍ମ ‘ଡିୟର କାମରେଡ’ ବକ୍ସ ଅଫିସରେ ହିଟ୍‌ ରହିଥିବା ବେଳେ ଅନନ୍ୟାଙ୍କ ଫିଲ୍ମ ‘ପତି, ପତ୍ନୀ ଔର ଓ୍ଵ’ ମଧ୍ୟ ସୁପରହିଟ୍‌ ରହିଥିଲା।

Leave A Reply

Your email address will not be published.