Below header

ଭାରତ-ଚୀନ ସୀମାନ୍ତରେ କାର୍ଯ୍ୟରତ ଥିବା ବେଳେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଭଞ୍ଜନଗରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର: ଭାରତ ଚୀନ ସୀମାନ୍ତରେ କାର୍ଯ୍ୟରତ ଥିବା ବେଳେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ମୃତ ଯବାନ ଜଣକ ହେଉଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇସାହିର ପ୍ରଶାନ୍ତ କୁମାର ଲେଙ୍କା । ସେ ଅରୁଣାଚଳ ପ୍ରଦେଶରେ ITBP ହେଡ଼ କନେଷ୍ଟବଳ ଭାବେ ଭାରତ-ଚୀନ ସୀମାନ୍ତରେ କାର୍ଯ୍ୟରତ ଥିଲେ । ଗତ ୨୬ ତାରିଖରେ କାର୍ଯ୍ୟରତ ଥିବା ସମୟରେ ହଠାତ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିମାନଯୋଗେ ତାଙ୍କ ମୃତଦେହ ଭୁବନେଶ୍ଵରରେ ପହଞ୍ଚିବା ପରେ ITBP ବାହିନୀର ଗାଡି ଯୋଗେ ତାଙ୍କୁ ଭଞ୍ଜନଗର ଅଣାଯାଇଥିଲା । ଭଂଜନଗରଠାରେ ସହର ପରିକ୍ରମା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.