ଡିସେମ୍ବରରେ ପ୍ରେମିକ ବିକ୍କିି ଜୈନଙ୍କୁ ବିବାହ କରିବେ ଅଙ୍କିତା, ତାରିଖ ହେଲା ଫାଇନାଲ୍‌

ଏବେ କିଛି ଦିନ ହେବ ବଲିଉଡରେ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ଆଲିଆ- ରଣବୀର, ବିକ୍କି କୌଶଲ-କ୍ୟାଟ୍ରିନା କୈଫ, ରାଜକୁମାର ରାଓ- ପତ୍ରଲେଖାଙ୍କ ବିବାହକୁ ନେଇ ଚାଲିଛି ଅନେକ ଗସିପ୍‌। ଏବେ ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି । ଖବର ମୁତାବକ, ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ବିକ୍କି ଜୈନଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି।

ଅଙ୍କିତା ସୁଶାନ୍ତଙ୍କୁ ଛାଡିବା ପରେ ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ ଆଉ ପାଦେ ଆଗକୁ ଯାଇ ସମ୍ପର୍କ ଉପରେ ମୋହର ମାରିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି। ଶୁଣିବାକୁ ମିଳୁଛି କି, ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ଡିସେମ୍ବର ୧୨,୧୩ ନଚେତ ୧୪ ତାରିଖରେ ଅଙ୍କିତା ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ନିକଟରେ ସମ୍ପର୍କୀୟ ତଥା ବନ୍ଧୁମାନଙ୍କୁ ସୂଚିତ କରାଯାଇଛି। ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଆରମ୍ଭ ହୋଇଛି।

୨୦୨୧ର ଶେଷ ମାସରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପ୍ରଥମେ ଡିସେମ୍ବରରେ ବିକ୍କି କୌଶଲ-କ୍ୟାଟ୍ରିନା କୈଫ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ପରେ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ନେଇ ମଧ୍ୟ ଶୁଣିବାକୁ ମିଳୁଛି।
ପୂର୍ବରୁ ବିକ୍କିଙ୍କ ସହିତ ଅଙ୍କିତା ଅନେକ ଭିଡିଓ ଭାଇରଲ ହୋଇଛି। ଦୁହିଁଙ୍କର ଅନେକ ଡ୍ୟାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି ଏହି କପଲ୍‌। ସୂଚନାଯୋଗ୍ୟ, ଏବେ ଅଙ୍କିତା ଶାହିର ଶେଖଙ୍କ ସହିତ ‘ପବିତ୍ର ରିସ୍ତା ୨’ରେ ନଜର ଆସୁଛନ୍ତି। ଅଙ୍କିତା ସୁଶାନ୍ତଙ୍କ ସହିତ ପବିତ୍ର ରିସ୍ତା ସେଟରେ ଦେଖାହୋଇଥିଲେ। ଏଠାରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ଏବଂ ପ୍ରେମ ବନ୍ଧନରେ ଦୁହେଁ ବାନ୍ଧି ହୋଇଥିଲେ। ଦୁହିଁ ଲଭଷ୍ଟୋରୀ ଅନେକ ଦିନ ଚାଲିବା ପରେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଥିଲା। ବ୍ରେକ୍‌ ଅପ୍‌ ପରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ବହୁତ ଭାଙ୍ଗିପଡିଥିଲେ ଅଙ୍କିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.