ନୂଆ ବୋହୂ ଅଙ୍କିତା ଲୋଖଣ୍ଡେଙ୍କର ଭାଙ୍ଗିଗଲା ଗୋଡ଼, ତଥାପି ସାହସର ସହ କଲେ ମଜାଦାର ଡ୍ୟାନ୍ସ; ଏମିତି ଅବସ୍ଥା ଦେଖି ଫ୍ୟାନ୍ମାନେ ଚକିତ!

ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତଥା ‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଅଭିନେତ୍ରୀ ସବୁବେଳେ ପ୍ରାୟତଃ ନିଜର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ନିକଟରେ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ର ଗୀତ ‘ପରଦେଶୀ ପରଦେଶୀ ଜାନା ନୈହିଁ’ରେ ଅଙ୍କିତାଙ୍କର ଡ୍ୟାନ୍ସ ମୁଭ୍ସର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଙ୍କିତା ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି। ଯଦିଓ ଏହି ଭିଡିଓ ଦେଖିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇ ପଡିଛନ୍ତି।
ଅଙ୍କିତା ଲୋଖଣ୍ଡେ ଜୈନଙ୍କ ସାଙ୍ଗ ଅଶିତା ଧୱନ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀଙ୍କ ପାଦରେ ପ୍ଲାଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଭିଡିଓରେ ଅଙ୍କିତା ଭଙ୍ଗା ଗୋଡ ସହିତ ମସ୍ତି ଭରା ଅନ୍ଦାଜରେ ନାଚୁଛନ୍ତି। ତାଙ୍କ ଏକ୍ସପ୍ରେଶନ୍ସରୁ ଏହି ଭିଡିଓ ବହୁତ ଶାନଦାର ଲାଗୁଛି।
ଭିଡିଓରେ ଅଭିନେତ୍ରୀ ଏକ ଛୋଟ ପ୍ରିଣ୍ଟେଡ ଫ୍ରକ୍ ପିନ୍ଧିଛନ୍ତି ଏବଂ ଏକ ହେୟାରବ୍ୟାଣ୍ଡ କ୍ୟାରି କରିଛନ୍ତି। ଅଙ୍କିତା ସର୍ପୋଟର ସାହାଯ୍ୟରେ ଛିଡ଼ା ହୋଇ ନାଚୁଥିବାର ଭିଡିଓରେ ନଜର ଆସିଛନ୍ତି। ଅଶିତା ଧୱନଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଏକ ନୋଟ୍ ମଧ୍ୟ ରହିଛି, ଯେଉଁଥିରେ ଲେଖା ହୋଇଛି, ‘ଗୋଡ ଭାଙ୍ଗିଗଲା, ହେଲେ ସାହସ ଦବି ଯାଇ ନାହିଁ, ମାନିଗଲି ନୂଆ କନ୍ୟାର ଶକ୍ତିକୁ’। ସେହିପରି ଅଶିତା ଭିଡିଓର କ୍ୟାପସନରେ ମଧ୍ୟ ଲେଖିଛନ୍ତି, ‘ଆପଣଙ୍କ ସାହସ ମୋତେ ବହୁତ ପସନ୍ଦ ଶ୍ରୀମତୀ ଜୈନ। ନୂଆ ବର୍ଷର କେବଳ ଆରମ୍ଭ କର ନାହିଁ, ଏଥିରେ କୁଦି ପଡ଼’।
ସୂଚନାଥାଉ କି, ଟିଭିରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବରରେ ନିଜ ପ୍ରେମିକ ଭିକ୍କି ଜୈନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ସେ ଏବେ ଛତିଶଗଡର ବୋହୂ ହୋଇଛନ୍ତି। ବାସ୍ତବରେ, ତାଙ୍କ ସ୍ୱାମୀ ଭିକ୍କି ଜୈନ ଛତିଶଗଡର ବାସିନ୍ଦା। ସେ ବିଳାସପୁରର ଜଣେ ଜଣାଶୁଣା କୋଇଲା ବ୍ୟବସାୟୀଙ୍କ ପୁଅ। ଭିକ୍କି ନିଜେ ମଧ୍ୟ ଜଣେ ବିଜନେସମ୍ୟାନ ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଯିବା ଆସିବା କରି ଥାଆନ୍ତି। ଏହାରି ଭିତରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କର ଭେଟ ଅଙ୍କିତା ଲୋଖଣ୍ଡେଙ୍କ ସହିତ ହୋଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ସେମାନେ ପ୍ରେମରେ ପଡ଼ିଥିଲେ। ପାଖାପାଖି ୩ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି।
View this post on Instagram