ପଞ୍ଚାମୃତ ଏବଂ ଚରଣାମୃତ ମଧ୍ୟରେ ପାର୍ଥକ୍ୟ କଣ ଜାଣନ୍ତୁ, ଭୁଲରେ ଏପରି ଭୁଲ କରନ୍ତୁନାହିଁ

ହିନ୍ଦୁ ଧର୍ମରେ କୌଣସି ବି ପୂଚା ଅର୍ଚ୍ଚନା ହେଲେ ପୂଜା ପରେ ପଞ୍ଚାମୃତ ଏବଂ ଚରଣାମୃତ ଦିଆଯାଇଥାଏ। ପଞ୍ଚାମୃତ ଏବଂ ଚରଣାମୃତକୁ ବହୁତ ମହତ୍ତ୍ୱ ଦିଆଯାଇଛି। ମାନ୍ୟତା ରହିଛି ଯେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ। ପଞ୍ଚାମୃତ ଏବଂ ଚରଣାମୃତକୁ ଲୋକେ ଏକା ଭାବନ୍ତି। କିନ୍ତୁ ଏହିଦୁଇଟି ମଧ୍ୟରେ ପ୍ରଭେଦ ଅଛି। ଏହାକୁ ବନାଇବାର ବିଧି ଅଲଗା ଅଲଗା ହୋଇଥାଏ। ଏହାବ୍ୟତୀତ ଏହାର ଫାଇଦା ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ଜାଣିବା ଏହା ଭିତରେ ଥିବା ପାର୍ଥକ୍ୟ।

ପଞ୍ଚାମୃତ ପାଞ୍ଚ ପ୍ରକାରର ଶୁଦ୍ଧ ପଦାର୍ଥରେ ତିଆରି କରାଯାଏ। ଏହାସହିତ ଏହାକୁ ଏମିତି ତିଆରି କରାଯାଏ ଯେ ଯେମିତି ଏହା ଅମୃତ ସଦୃଶ ଲାଗିପାରିବ। ସେହିପରି ଚରଣାମୃତ ଭଗବାନ ବିଷ୍ଣୁଙ୍କ ଚରଣର ଜଳକୁ କୁହାଯାଏ। ଏହାକୁ ତମ୍ବା ପାତ୍ରରେ ତୁଳସୀ ଏବଂ ରାଶି ସହିତ ରଖାଯାଏ। ଯେଉଁ କାରଣରୁ ଏଥିରେ ତମ୍ବାର ଓଷଧୀୟ ଗୁଣ ରହିଥାଏ।

କେମିତି ତିଆରି ହୁଏ ପଞ୍ଚାମୃତ

ପଞ୍ଚାମୃତ ବନାଇବା ପାଇଁ ଗାଈର କ୍ଷୀର, ଗାଈର ଘିଅ, ଦହି, ମହୁ ଏବଂ ଚିନିର ମିଶ୍ରଣରେ କରାଯାଏ। ପଞ୍ଚାମୃତରେ ବ୍ୟବହାର କରାଯାଉଥିବା ସବୁ ଜିନିଷରେ ଅଲଗା ଅଲଗା ମହତ୍ତ୍ୱ ରହିଛି।

amrutaପଞ୍ଚାମୃତର ଫାଇଦା

ପଞ୍ଚାମୃତ ସେବନ ଦ୍ୱାରା ଶରୀରର ରୋଗ ମୁକ୍ତ ହୋଇଥାଏ। କୁହାଯାଏ ଯେ ଯେଉଁଭଳି ଭାବେ ଭଗବାନଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଏ, ସେହିଭଳି ଭାବେ ମଣିଷ ଯଦି ସ୍ନାନ କରେ ତେବେ ଶରୀରରୁ ରୋଗ ଦୂର ହୋଇଯାଏ। ପଞ୍ଚାମୃତର ସେବନ ଅଧିକ ମାତ୍ରାରେ କରିବା ଉଚିତ ନୁହେଁ।

ଚରଣାମୃତ ନେବାର ନିୟମ

ମାନ୍ୟତା ରହିଛି ଯେ ଚରଣରାମୃତ ସେବନ କରିବା ପରେ ଭୁଲରେ ବି ମୁଣ୍ଡ ଉପରେ ବୁଲାନ୍ତୁନାହିଁ। କାହିଁକିନା ଏମିତି କରିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଏହାଛଡା ଚରଣାମୃତ ସବୁବେଳେ ଡାହାଣ ହାତ ପାପୁଲିରେ ନେବା ଉଚିତ। ଏହାସହିତ ଶାନ୍ତ ମନରେ ଏହାକୁ ଗ୍ରହଣ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.