Below header

୮୪ ବର୍ଷ ବୟସରେ ଫିଲ୍ମ ପୁଷ୍ପାର ‘ଶ୍ରୀବଲ୍ଲୀ’ ଗୀତରେ ଡ୍ୟାନ୍ସ କଲେ ଅନୁପମ ଖେରଙ୍କ ମା’, ଭିଡିଓ ଭାଇରଲ

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ୨ ମାସ ହେଲାଣି ରିଲିଜ ହୋଇସାରିଲାଣି। କିନ୍ତୁ ଲୋକଙ୍କ ମଧ୍ୟରେ ଫିଲ୍ମରେ କ୍ରେଜ ବଢିବାରେ ଲାଗିଛି। ଫିଲ୍ମର ଗୀତ ହେଉ ଅବା ଡାଇଲଗ ଏଥିରେ ଲୋକମାନେ ଭିଡିଓ କିମ୍ବା ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଫିଲ୍ମର ଗୀତରେ ଡ୍ୟାନ୍ସ ଭିଡିଓ କରି ଅପଲୋଡ କରୁଛନ୍ତି। ଏପରି ସ୍ଥଳେ ଅନୁପମ ଖେରଙ୍କ ମା’ ଦୁଲାରୀ ଦେବୀ ଶ୍ରୀବଲ୍ଲୀ ଗୀତରେ ଏମିତି ଡ୍ୟାନ୍ସ କରିଛନ୍ତି, ଯାହା ଭାଇରଲ ହେବାରେ ଲାଗିଛି।

ଭିଡିଓରେ ଅନୁପମ ଖେରଙ୍କ ମା’ ଅବିକଳ ଅଲ୍ଲୁ ଅର୍ଜୁନଙ୍କ ହୁକ୍‌ ଷ୍ଟେପକୁ କପି କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଗୀତର ହୁକ୍‌ ଷ୍ଟେପ କରି ଖୁବ୍‌ ଉପଭୋଗ କରୁଛନ୍ତି ଅନୁପମଙ୍କ ମା। ଆଉ ମା’ଙ୍କ ଡ୍ୟାନ୍ସ ଦେଖି ନିଜେ ଅନୁପମ ଖେର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଏପିକ୍‌ ସିନ୍‌.. ଧନ୍ୟବାଦ ବୃନ୍ଦା, ମା୩ ପାଇଁ ଏହି ଭିଡିଓ କରିଥିବାରୁ। ଭିଡିଓ ସେୟାର କରି #DulariRocks ମଧ୍ୟ ଲେଖିଛନ୍ତି।

 

View this post on Instagram

 

A post shared by Anupam Kher (@anupampkher)

ଗତ କିଛିଦିନ ତଳେ ଅନୁପମ ଖେଳ ଅଲ୍ଲୁଙ୍କ ସୁପରହିଟ୍‌ ଫିଲ୍ମ ‘ପୁଷ୍ପା: ଦ ରାଇଜ’କୁ ଦେଇ ଫିଲ୍ମର ପ୍ରଶଂସା କରିଥିଲେ। ଏହା ସହିତ ଅଲ୍ଲୁଙ୍କ ସହିତ ଫିଲ୍ମ କରିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରିଥିଲେ। କେବଳ ଅନୁପମ ଖେର ନୁହନ୍ତି, ଅଲ୍ଲୁଙ୍କ ସହିତ କାମ କରିବା ପାଇଁ ଆଲିଆ ମଧ୍ୟ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.