Below header

୩୦ ବର୍ଷରେ ତରଙ୍ଗ ଅକ୍ଷୟ ସମ୍ମାନ: ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସହ ଅନେକ କଳାକାରଙ୍କୁ କରାଗଲା ସମ୍ମାନିତ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧାର କିଛି କଳାକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ତରଙ୍ଗ ଅକ୍ଷୟ ସମ୍ମାନ ୩୦ ବର୍ଷରେ ପହଁଚିଛି । ପ୍ରତି ବର୍ଷ ଏହି ସଂସ୍ଥା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅନେକ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି ।

ଚଳିତ ବର୍ଷର ଉତ୍ସବ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ଉତ୍ସବର ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କୁ ତରଙ୍ଗ ଅକ୍ଷୟ ସମ୍ମାନ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କୁ ତରଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହିତ ଖୋର୍ଦ୍ଧା ଅଞ୍ଚଳର ଗୀତିକାର ଏବଂ କିଟ୍ ଓ କିସ୍ର ଭାଇସ୍ ପ୍ରେସିଡେଣ୍ଟ ତଥା ବରିଷ୍ଠ ସୀତାର ବାଦକ ଉମାପଦ ବୋଷଙ୍କୁ କଳାକାର ସମ୍ମାନରେ ସମ୍ମାନିତ କରାଯାଇଛି । ଏମାନଙ୍କ ବାଦ୍‌ ଖୋର୍ଦ୍ଧାର ଅନେକ କଳାକାରଙ୍କୁ ମଧ୍ୟ ସମ୍ମାନିତ କରି ଉତ୍ସାହିତ କରିଛି ଏହି ସଂଗଠନ ।

୧୮୯୨ ମସିହାରେ ଖୋର୍ଦ୍ଧାର କିଛି କଳାକାର ମିଶି ନୂତନ ଓ ପୁରାତନ କଳାକାରଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରିବାର ପ୍ରୟାସ ଆରମ୍ଭ କରିଥିଲେ । ଯାହା ଏବେ ୩୦ ବର୍ଷ ବର୍ଷରେ ପଦାର୍ପଣ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.