ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Samsung Galaxy A03, ରହିଛି ଖୁବ୍ କମ୍ ଦାମ୍

ସାମସଙ୍ଗ ସାକମ୍ପାନୀ ଏହାର ଏକ ନୂଆ ସ୍ମାର୍ଟ୍ ଫୋନ୍ ଭାରତୀୟ ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଏହାର ବ୍ୟାଟେରୀ ପାୱାର ଭଲ ରହିଛି ଓ ଏହା ଅତି କମ୍ ଦାମରେ ଭାରତୀୟ ମାର୍କେଟରେ ଉପଲବ୍ଧ ହେବ। ତେବେ ସାମସଙ୍ଗ ଫୋନ୍ କିଣିବାକୁ ଚାହୁଁଥିବା ୟୁଜରମାନେ ଏହି ଫୋନ୍ କିଣିପାରିବେ।

ଗାଲାକ୍ସି A03 ରେ 5000mAh ବ୍ୟାଟେରୀ ରହିବ। ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ବଜାରରେ ସାମସଙ୍ଗ ଗାଲାକ୍ସି A03 ର ମୂଲ୍ୟ ୧୨ ହଜାର ଟଙ୍କା ହୋଇପାରେ। ଫୋନର ରଙ୍ଗ ବ୍ଲାକ୍ ଏବଂ ରେଡ୍ ଭଳି ଆଟ୍ରାକ୍ଟିଭ କଲର ରହିବ। ସାମସଙ୍ଗର ଗାଲାକ୍ସି A ସିରିଜର ଏହି ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି A03, ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ। ସାମସଙ୍ଗ ଗ୍ୟାଲକ୍ସୀ A03 ର ଲଞ୍ଚିଂ ହେବା ନେଇ ଏପର୍ଯ୍ୟନ୍ତ ଭାବେ ନିଶ୍ଚିତ ହୋଇନାହିଁ  କିନ୍ତୁ ଫୋନ୍ ବିଷୟରେ ଲିକ୍ ହୋଇଥିବା ତଥ୍ୟରୁ ଜଣାଯାଇଛି ଯେ ଏହା ଭାରତରେ ଆସନ୍ତା ମାସରେ ଲଞ୍ଚ ହେବ।

 

ଗତ ବର୍ଷ ନଭେମ୍ବରରେ ସାମସଙ୍ଗ ଗାଲାକ୍ସି A03 ବିଶ୍ୱ ବଜାରରେ ଲଞ୍ଚ କରାଯାଇଛି। ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଗାଲାକ୍ସି A03 ରେ ୟୁନିସୋକ T606 ପ୍ରୋସେସର ମିଳିବ। ଏହା ବ୍ୟତୀତ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ମଧ୍ୟ ଏଥିରେ ରହିଛି ଯେଉଁଥିରେ ପ୍ରାଇମେରୀ କ୍ୟାମେରା ଲେନ୍ସ 48 ମେଗାପିକ୍ସେଲ ରହିଛି।

ଗାଲାକ୍ସି A03 ରେ 5000mAh ପାୱାର ବ୍ୟାଟେରୀ ରହିବ। ଲିକ ହୋଇଥିବା ତଥ୍ୟ ଅନୁଯାୟୀ, ଭାରତୀୟ ବଜାରରେ ସାମସଙ୍ଗ ଗାଲାକ୍ସି A03 ର ମୂଲ୍ୟ ୧୨,୦୦୦ ଟଙ୍କା ହୋଇପାରେ।

ଜାଣନ୍ତୁ ଏହାର ସ୍ପେସିଫିକେସନ:

ସାମସଙ୍ଗ ଗାଲାକ୍ସି A03 ର ଗ୍ଲୋବାଲ୍ ଭାରିଆଣ୍ଟରେ 6.5-ଇଞ୍ଚ୍ HD + ଇନଫିନିଟି ଭି ଡିସପ୍ଲେ ରହିଛି । ଏଥିରେ ଅକ୍ଟାକୋର ୟୁନିସୋକ T606 ପ୍ରୋସେସର ସହିତ 4 GB RAM ଏବଂ 64 GB ମେମୋରୀ ଷ୍ଟୋରେଜ୍ ରହିଛି ଯାହା ମେମୋରୀ କାର୍ଡ ଦ୍ଵାରା 1TB ପର୍ଯ୍ୟନ୍ତ ବଢ଼ାଯାଇପରିବ।

ସାମସଙ୍ଗ ଗାଲାକ୍ସି A03 ରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ପ୍ରାଇମେରୀ କ୍ୟାମେରା ଲେନ୍ସ 48 ମେଗାପିକ୍ସେଲ ଏବଂ
ସେକୋଣ୍ଡାରୀ କ୍ୟାମେରାରେ ୨ ମେଗାପିକ୍ସେଲର ଡେପ୍ଥ ସେନସର ରହିଛି। ଏହାର ଫ୍ରଣ୍ଟ ସେଲଫି କ୍ୟାମେରା ରହିଛି 5 ମେଗାପିକ୍ସେଲ । ତେବେ ଏହି ଫୋନ୍ ଖୁବ୍ ଶୀଘ୍ର
ମାର୍କେଟକୁ ଆସିବ। ଏହାର ଆକର୍ଷଣୀୟ ଫିଚର୍ ଥିବାରୁ ଆପଣ ଏହାକୁ ନିଜ ଗ୍ୟାଜେଟରେ ସାମିଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.