Below header

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବରଗଡ଼ର ୬ ଦାଦନ ଶ୍ରମିକ, ଜୀବନ ବଞ୍ଚାଇବା ପାଇଁ କରିଛନ୍ତି ଆକୁଳ ନିବେଦନ

ବରଗଡ଼ (କେନ୍ଯୁଜ୍): ଜୀବନ ବଞ୍ଚାଇବା ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଢେକିମୁଡ଼ା ଗାଁର ୬ ଜଣ ଦାଦନ ଶ୍ରମିକ ବାହାରେ ରାଜ୍ୟରେ ଫସିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା, ପଦ୍ମନାଭମ ପୋଲିସ ଷ୍ଟେସନ, ବୋନି ଗାଁରେ ଫସି ରହିଛନ୍ତି ଦାଦନ ଶ୍ରମିକ ।

ଶ୍ରମିକମାନେ ୨ମାସ ପୂର୍ବରୁ ଇଟା ଗଢିବା ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ଏବେ ଇଟା ଭାଟି ମାଲିକ ସେମାନଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଉଛି । ତେଣୁ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଦାଦନ ଶ୍ରମିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.