ଗୋଖାଦ୍ୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ, ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୧ ଫେବୃଆରୀକୁ ଲାଲୁ ଯାଦବଙ୍କୁ ସଜା ଶୁଣାଯିବ। ଏହି ମାମଲାରେ ୩୮ ଦୋଷୀଙ୍କୁ ୩ ବର୍ଷ ପାଇଁ ସଜା ଦିଆଯାଇଛି। ବାକି ୩୭ ଦୋଷୀ ସଜାର ଶୁଣାଣି ଆସନ୍ତା ଫେବୃଆରୀ ୨୧ରେ ହେବ। ଆଉ ଏହି ଦିନ ଲାଲୁଙ୍କୁ କୋର୍ଟରେ ଉପସ୍ଥିତି ରହିବାକୁ ହେବ।

ସୂଚନାଯୋଗ୍ୟ, ଚାରା ଘୋଟାଲରେ ୫ଟି ମକଦ୍ଦମାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ୪ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେ ଏହି ଗୋଟିଏ ମାମଲାର ଫଇସଲା ହୋଇଛି। ବର୍ତ୍ତମାନ ସେ ୫ ନମ୍ବର ମାମଲାରେ ବି ଦୋଷୀ ହୋଇଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ସେ ୧୩୯.୫ କୋଟି ଟଙ୍କାର ବେଆଇନ୍ ଅର୍ଥ ଉଠାଣ କରିଛନ୍ତି ।

୧୯୯୬ର ଏହି ମାମଲାରେ ୧୭୦ ଜଣ ଅଭିଯୁକ୍ତ ଥିଲେ । ଏହା ଭିତରୁ ୫୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ ଜଣଙ୍କୁ ସିବିଆଇ ସରକାରୀ ସାକ୍ଷୀ ବନାଇଛି । ଆଉ ଦୁଇଜଣ କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ହିଁ ଦୋଷୀ ବୋଲି ମାନିଯାଇଛନ୍ତି । ସେହିପରି ୬ ଜଣ ଫେରାର୍ ଅଛନ୍ତି । ବାକି ୯୯ ଜଣଙ୍କର ନିଷ୍ପତ୍ତି ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.