Below header

ମନମୋହନ ସିଂହଙ୍କ ବେଶରେ କିଏ ଏହି ବ୍ୟକ୍ତି ? ଭାଇରାଲ୍ ହେଉଛି ଭିଡିଓ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀକୁ ନେଇ ଆସୁଛି ଫିଲ୍ମ ଦ ଅକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ । ଫିଲ୍ମରେ ମନମୋହନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଅନୁପମ୍ ଖେର୍ । ତେବେ ମନମୋହନଙ୍କ ଚରିତ୍ରରେ ଅନୁପମଙ୍କ ଏକ ଝଲକ ଦେଖିବାକୁ ପ୍ରଶଂସକଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଏହି ଫିଲ୍ମର ଭିଡିଓ ଆସିଥିଲା ସାମ୍ନାକୁ । ଯାହାକୁ ଦେଖି ଧୋକା ଖାଇଯାଇଥିଲେ ଦର୍ଶକ । ଏବେ ଆଉ ଏକ ଭିଡିଓ ଆସିଛି । ଯାହାକୁ ନିଜ ଟୁଇଟର୍ ଆକାଉଂଟରୁ ସେୟାର କରିଛନ୍ତି ଅନୁପମ୍ ଖେର୍ । ବିଲକୁଲ୍ ମନମୋହନ ସିଂହଙ୍କ ଅନ୍ଦାଜରେ ଚାଲୁଥିବାର ନଜର ଆସୁଛନ୍ତି ଅନୁପମ୍ । ଯାହାକୁ ଦେଖିଲେ ଆପଣ ଦ୍ବନ୍ଦ୍ବରେ ପଡିଯିବେ । ଚିହ୍ନି ପାରିବେନି ଭିଡିଓରେ ଥିବା ବ୍ୟକ୍ତି ଜଣକ ଅନୁପମ୍ ଖେର୍ କି ମନମୋହନ ସିଂହ ।

ଅନୁପମ୍ ଖେର୍ ପୂର୍ବତମ ପ୍ରଧାନମନ୍ତ୍ରୀଙ୍କ ଚାଲୁଥିବା ଷ୍ଟାଇଲକୁ ଏତେ ସୁନ୍ଦର ଭାବରେ ଅନୁକରଣ କରିଛନ୍ତି ଯେ ଦେଖିଲେ ଲାଗିବ ନିଜେ ମନମୋହନ ସିଂହ ଚାଲି ଚାଲି ଆଗକୁ ଆସୁଛନ୍ତି । ଫ୍ୟାନଙ୍କୁ ମଧ୍ୟ ଏହି ଭିଡିଓ ଖୁବ୍ ପସନ୍ଦ ଆସିଛି । ଜଣେ ୟୁଜର ଲେଖିଛନ୍ତି ଅନୁପମ୍ ଏହି ରୋଲକୁ ଜୀବୀତ କରିଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ମନମୋହନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସେପ୍ଟେମ୍ବରରେ ଏକ ଭିଡିଓ ସେୟାର୍ କରିଥିଲେ ଅନୁପମ୍ । ଏଥିରେ ସେ ମନମୋହନ ସଂହଙ୍କ ଭଳି ପୋଷାକ ପିନ୍ଧି ସିଡି ଓହ୍ଲାଉଥିଲେ । ଏହି ଭିଡିଓ ଦେଖିବା ପରେ ଅନୁପମଙ୍କର ଖୁବ୍ ପ୍ରଶଂସା ହୋଇଥିଲା ।

ସଞ୍ଜୟ ବାରୁଙ୍କ ବହି ଉପରେ ଆଧାରିତ ଫିଲ୍ମ ଦ ଅକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ରତ୍ନାକର । ତେବେ ଫିଲ୍ମଟି ୨୧ ଡିସେମ୍ବରରେ ରିଲିଜ୍ ହେବାର ଥିଲା । କିନ୍ତୁ ଏବେ ଏହା ମାର୍ଚ୍ଚ ୨୦୧୯ରେ ରିଲିଜ୍ ହେବ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.