କ୍ରିକେଟରଙ୍କ ସହିତ ବିବାହ ଖବରକୁ ନେଇ ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା, ଜାଣନ୍ତୁ କ’ଣ ରହିଛି ସତ୍ୟତା

ଗତ କିଛିଦିନ ହେଲାଣି ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ନିକଟରେ ଅନୁଷ୍କାଙ୍କ ସହିତ ଜଣେ କ୍ରିକେଟରଙ୍କ ସହିତ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସେହି କ୍ରିକେଟର ଜଣକ କିଏ ଏପର୍ଯ୍ୟନ୍ତ ତାଙ୍କ ନାମ ପଦାକୁ ଆସିନି। ଏହି ଖେଳାଳି ଜଣକ ସାଉଥ ରଣଜୀ ଟିମ୍‌ ପାଇଁ ଖେଳୁଛନ୍ତି। ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅନୁଷ୍କା। ଅନୁଷ୍କା କହିଛନ୍ତି, ପୂର୍ବରୁ ମୋ ଭଲପାଇବା, ମୋ ବାହାଘରକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା।

anu

ଅନୁଷ୍କା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବା ବେଳରୁ କୌଣସି ଅଭିନେତା ହୁଅନ୍ତୁ କିମ୍ବା ବିଜନେସ ମ୍ୟାନ ସହିତ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଚାଲିଆସିଛି। କିନ୍ତୁ ଅନୁଷ୍କା ନିଜ ବିବାହର ସମସ୍ତ ଦାୟିତ୍ୱ ନିଜ ବାପା ମା’ଙ୍କ ଉପରେ ଦେଇଛନ୍ତି। ତାଙ୍କ ବାପା ମା’ ଯାହାକୁ ଚୟନ କରିବେ ସେ ତାଙ୍କୁ ବିବାହ କରିବେ ବୋଲି ଅନୁଷ୍କା କହିଛନ୍ତି।

Leave A Reply

Your email address will not be published.