ଓସ୍କାର ବିଜେତା ଏଆର୍‌ ରହମାନ୍‌ଙ୍କ ମା’ କରୀମା ବେଗମ୍‌ଙ୍କ ପରଲୋକ, ଟ୍ଵିଟ୍‌ କରି ଦେଲେ ସୂଚନା

ଓସ୍କାର ଓ ଗ୍ରାମୀ ଆଓ୍ଵାର୍ଡ ବିଜେତା ସଙ୍ଗୀତକାର ଏଆର୍‌ ରହମାନ୍‌ଙ୍କ ମା’ କରୀମା ବେଗମ୍‌ ଆଜି ଚେନ୍ନାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏଆର୍‌ ସୋସିଆଲ ମିଡିଆରେ ମା’ଙ୍କର ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଦୀର୍ଘଦିନ ହେବ କରୀମା ରୋଗାଗ୍ରସ୍ତ ଥିଲେ। ଶେଷରେ ଏହି ରୋଗ ହିଁ ତାଙ୍କ ଜୀବନ ନେଇଗଲା। ରିପୋର୍ଟ ମୁତାବକ ତାଙ୍କ ଅନ୍ତିମ ସଂସ୍କାର ଆଜି ହିଁ ହେବ।


ଏଆର୍‌ ରହମାନ ମା’ କରୀମା ବେଗମ୍‌ଙ୍କ ଫଟୋ ସେୟାର କରିଛନ୍ତି। ମାତ୍ର ଏଥିରେ ସେ କୌଣସି କ୍ୟାପସନ୍‌ ଲେଖିନାହାନ୍ତି। ରହମାନ୍‌ଙ୍କର ଏହି ଫଟୋରେ ଲୋକମାନେ ଲଗାତାର କମେଣ୍ଟ କରି ମା’ଙ୍କ ଆତ୍ମାର ସଦ୍‌ଗତି କାମନା କରୁଥିବା ଦେଖାଯାଇଛି।

୯ ବର୍ଷ ବୟସରେ ଏଆର୍‌ ରହମାନଙ୍କ ପିତୃବିୟୋଗ ହୋଇଥିଲା। ଏଣୁ ରହମାନ ତାଙ୍କ ମା’ଙ୍କର ସବୁଠୁ ନିକଟତର ଥିଲେ। ରହମାନଙ୍କ ବାପା ରାଜଗୋପାଳ କୁଲଶେଖରନ୍‌ ଜଣେ ଭାରତୀୟ ସଙ୍ଗୀତକାର ଥିଲେ। ସେ ମାଲାୟାଲମ୍‌ ଫିଲ୍ମ ପାଇଁ କାମ କରୁଥିଲେ। ସେ ୫୨ଟି ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ଓ ୧୦୦ରୁ ଅଧିକ ଫିଲ୍ମ ପାଇଁ ମ୍ୟୁଜିକ୍‌ କଣ୍ଡକ୍ଟର ଭାବେ କାମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.