Below header

ରାଉରକେଲା: ବ୍ରାହ୍ମଣୀ ବ୍ରିଜ ନିକଟରେ ଆଖି ପିଛୁଳାକେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା(କେନ୍ୟୁଜ୍):  ହୁତ୍ ହୁତ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ସମେତ ୩ ପାସେଞ୍ଜର। ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ବ୍ରିଜ ନିକଟ  ୧୪୩  ନମ୍ବର ଜାତୀୟ ରାଜପଥରେ । ଗାଡିଟି ସମ୍ବଲପୁରରୁ ରାଉରକେଲା ଆସୁଥିଲା। ଗୋଟିଏ ପରିବାରର ୩ ଜଣ ସଦସ୍ୟ କରରେ ରାଉରକେଲେ ଯାଉଥିଲେ। ହଠାତ ବ୍ରହ୍ମଣୀ ବ୍ରିଜ ନିକଟରେ ଗାଡିଟର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବାର ଦେଖି କାରର ଡ୍ରାଇଭର ଗାଡିଟିକୁ ରାସ୍ତା କଡରେ ରଖିଦେଇଥିଲେ।

ପରେ ଗାଡିରେ ବସିଥିବା ସମସ୍ତ ପସେଞ୍ଜର ଓ ଡ୍ରାଇଭର ବାହାରକୁ ବାହାରି ଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇବା ପରେ ଫାୟାର ବ୍ରିଗେଡ଼ ଟିମ ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । କାରଟିର ନମ୍ବର OR 14 P 3131 ବୋଲି ଜଣା ପଡ଼ିଛି । ଜାତୀୟ ରାଜପଥରେ କାର ରେ ନିଆଁ ଲାଗିଯିବାରୁ ଉଭୟ ପକ୍ଷରେ ବହୁ ଗାଡି ଅଟକି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.