ଗହଳି ମଧ୍ୟରେ ଏକ ୧୫ ବର୍ଷ ପିଲା ସୁସ୍ମିତା ସେନ୍‌କୁ କରିଥିଲା ଦୁର୍ବ୍ୟବହାର, ଏମିତି ଜବାବ ଦେଇଥିଲେ ଅଭିନେତ୍ରୀ

ଅଭିନେତ୍ରୀ ସୁସ୍ମିତା ସେନ୍‌ ସବୁବେଳେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି। ଏଣୁ ପ୍ରାୟତଃ ଇଣ୍ଟରଭ୍ୟୁରେ ସେ ମହିଳାଙ୍କୁ ନିଜ ସୁରକ୍ଷା ପାଇଁ ଜୁଡ଼ୋ, କରାଟେ ଶିଖିବାକୁ ପରାମର୍ଶ ଦେଇଥାନ୍ତି। କାହାକୁ ନ ଡରି ଆଗକୁ ବଢ଼ିବା ପାଇଁ ସେ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ ସୁସ୍ମିତା ସେନ୍‌ ନିଜ ସହ ହୋଇଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଥରେ ଲୋକ ଗହଳି ଭିତରେ କେମିତି ଜଣେ ୧୫ ବର୍ଷର ନାବାଳକ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଚାହିଁଥିଲା ଓ ସେ ତାକୁ ଧରିଥିଲେ ସେ ବିଷୟରେ କହିଛନ୍ତି ସୁସ୍ମିତା ସେନ୍‌।

ଅଭିନେତ୍ରୀ ସୁସ୍ମିତା ସେନ୍‌ ସବୁବେଳେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି। ଏଣୁ ପ୍ରାୟତଃ ଇଣ୍ଟରଭ୍ୟୁରେ ସେ ମହିଳାଙ୍କୁ ନିଜ ସୁରକ୍ଷା ପାଇଁ ଜୁଡ଼ୋ, କରାଟେ ଶିଖିବାକୁ ପରାମର୍ଶ ଦେଇଥାନ୍ତି। କାହାକୁ ନ ଡରି ଆଗକୁ ବଢ଼ିବା ପାଇଁ ସେ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ ସୁସ୍ମିତା ସେନ୍‌ ନିଜ ସହ ହୋଇଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ସୁସ୍ମିତା ସେନ୍‌ କହିଛନ୍ତି, ଥରେ ଏକ ଆଓ୍ଵାର୍ଡ ଶୋ’ରେ ଯୋଗ ଦେବାକୁ ଯାଉଥିବା ବେଳେ ଭିଡ଼ ଭିତରେ କେହି ମୋତେ ପଛ ଆଡ଼ୁ ଖରାପ ଉଦ୍ଦେଶ୍ୟ ରଖି ଛୁଇଁବାକୁ ଚେଷ୍ଟା କରିଥିଲା। ମୁଁ ଏହା ଜାଣିବା ପରେ ତୁରନ୍ତ ପଛକୁ ବୁଲି ଉକ୍ତ ଲୋକର ହାତକୁ ଧରି ତାକୁ ପାଖକୁ ଟାଣି ଆଣିଥିଲି। ଦେଖିବା ବେଳକୁ ସେ ଏକ ୧୫ ବର୍ଷର ନାବାଳକ ଥିଲା। ତା’ପରେ ମୁଁ ତାକୁ ଭିଡ଼ରୁ ଆଗକୁ ନେଇ ପଚାରିଥିଲି ଏମିତି କାହିଁକି କଲୁ। ସେ ପ୍ରଥମେ କହିଲା ମୁଁ କରିନି। ତା’ପରେ ମୁଁ ତାକୁ କହିଲି ଯଦି ମୁଁ ଏକଥାକୁ ବଢ଼େଇବି ତେବେ ତୋ ପୂରା ଜୀବନ ନଷ୍ଟ ହୋଇଯିବ।

 

View this post on Instagram

 

A post shared by page for sell (@controversyvsreality)

ତା’ପରେ ସେ ସତ ମାନିଥିଲା ଯେ ସେ ଏମିତି କରିଥିଲା। ଏଥିସହ ସେ ସରି ବି କହିଥିଲା ଓ ଏଭଳି କେବେ ବି କରିବନି ବୋଲି କହିଥିଲା। ତା’ପରେ ମୁଁ ତାକୁ କହିଲି ତୋ ମୁହଁ ମୋର ମନେ ରହିଲା। ଯଦି ଭବିଷ୍ୟତରେ କେବେ ତୋତେ ଏଭଳି କାମ କରୁଥିବା ଦେଖେ ତେବେ ତୋ ନାଁରେ ସମସ୍ତଙ୍କୁ କହିଦେବି। ସେ କ୍ଷମା ମାଗିବାରୁ ମୁଁ ତାକୁ ଯିବାକୁ ଦେଇଥିଲି ବୋଲି କହିଛନ୍ତି ସୁସ୍ମିତା ସେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.