Below header

ଯାଜପୁର: ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ କିଟ୍ ଚାମ୍ପିଅନ୍

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ,କିଟ୍ କିସର କ୍ରିଡ଼ା ନିର୍ଦେଶକ ତଥା ଓଡ଼ିଶା ଭଲିବଲ ଆସୋସେସନର ସାଧାରଣ ସମ୍ପାଦକ ଡ଼. ଗଗନେନ୍ଦୁ ଦାଶ ଏହି ଭଲିବଲ ଟୁନାମେଣ୍ଟକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।

kiit champion

ଏହି ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ମୟୁରଭଞ୍ଜ,କେନ୍ଦୁଝର,ଜଗତସିଂପୁର,ଖୋର୍ଦ୍ଧା,ଭଦ୍ରକ,ଯାଜପୁର ଆଦି ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଭଲିବଲ ଦଳ ଭାଗନେଇଥିଲେ | ଫାଇନାଲରେ ଯାଜପୁର ଭଲିବଲ ଦଳ ଓ କିଟ୍ ଭଲିବଲ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହୋଇଥିଲା ଶେଷରେ କିଟ୍ ଭଲିବଲ୍ ଟିମ୍ ବିଗତ ବର୍ଷର ଚାମ୍ପିଅନ୍ ଯାଜପୁର ଟିମକୁ ୨-୦ରେ ପରାସ୍ତ କରି ଏହିବର୍ଷର ଚମ୍ପିଆନ ହେଲା କିଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.