ଆଇସିସି ଆୱାର୍ଡ: ବିରାଟ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର, ଧୋନୀଙ୍କୁ ମିଳିଲା ସ୍ପିରିଟ୍ ଅଫ କ୍ରିକେଟର ଆୱାର୍ଡ

ଇଣ୍ଟରନ୍ଯାସନାଲ କ୍ରିକେଟ କାଉନସିଲ(ଆଇସିସି) ଆୱାର୍ଡ ଘୋଷଣା କରିଛି। ବିରାଟ କୋହଲି ଦଶକର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ବିରାଟଙ୍କୁ ଚୟନ କରାଯାଇଛି। କୋହଲିଙ୍କୁ ଗ୍ଯାରିଫିଲ୍ଡ ସୋବର୍ସ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ଧୋନୀଙ୍କୁ ଆଇସିସି ଦଶନ୍ଧିର ସ୍ପିରିଟ୍ ଅଫ କ୍ରିକେଟ ଆୱାର୍ଡ ପ୍ରଦାନ କରାଯାଇଛି।

ଏମାନଙ୍କ ବ୍ଯତୀତ ଆଇସିସି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଦଶକର ଶ୍ରେଷ୍ଠ ଟେଷ୍ଟ ଖେଳାଳି ଏବଂ ଆଫଗାନିସ୍ତାନ ସ୍ପିନର ରାସିଦ ଖାନଙ୍କୁ ଦଶକର ଶ୍ରେଷ୍ଠ ଟି-୨୦ ଖେଳାଳି ଭାବେ ଚୟନ କରିଛି।

ସେହିପରି ମହିଳା ବର୍ଗରେ ଅଷ୍ଟ୍ରେଲିଆର ଏଲିସ ପେରୀଙ୍କୁ ଦଶକର ଶ୍ରେଷ୍ଠ ମହିଳା କ୍ରିକେଟର ସହିତ ଶ୍ରେଷ୍ଠ ଟି-୨୦ ଏବଂ ଦିନିକିଆ ମହିଳା କ୍ରିକେଟର ଆୱାର୍ଡ ମଧ୍ୟ ମିଳିଛି। ଆଇସିସି ରବିବାର ଦିନ ଦଶକର ଶ୍ରେଷ୍ଠ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ଟିମ୍ ଚୟନ କରିଥିଲା। ଭାରତର ପୂର୍ବ ଅଧିନାୟକ ଧୋନୀଙ୍କୁ ଆଇସିସି ଦିନିକିଆ ଏବଂ ଟି-୨୦ର ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲା। ସେହିପରି ଆଇସିସି ମହିଳା କ୍ରିକେଟକୁ ଦଶକର ଦିନିକିଆ ଏବଂ ଟି-୨୦ ଟିମର ଘୋଷଣା କରିଥିଲା। ଯେଉଁଥିରେ ମିତାଲୀ ରାଜ ଏବଂ ହରମନପ୍ରୀତ କୌରଙ୍କୁ ସ୍ଥାନ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.