Below header

ଏହି ନୂଆ ଅଭିନେତାଙ୍କୁ ବର୍ଷେ ହେଲା ଟ୍ରେନିଂ ଦେଉଥିଲେ ଏ ଆର ରେହମାନ, ଖୁବ୍ ଶୀଘ୍ର ବଲିଉଡରେ ହେବ ଲଞ୍ଚ

ଲୋକପ୍ରିୟ ସଂଗୀତକାର ଏଆର ରେହମାନ ତାଙ୍କର ପ୍ରଥମ ଫିଲ୍ମ ‘’୯୯ ସଙ୍ଗ୍ସ’’ ରେ ଏକ ନୂଆ ହିରୋ ଅଭିନୟ କରିବାକୁ ଯାଉଛନ୍ତି। ଯାହାଙ୍କ ନାଁ ହେଉଛି ଏହାନ ଭଟ୍ଟ। ଏହାନ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଏଆର ରେହମାନ ଖୁବ୍ ପରିଶ୍ରମ କରିଛନ୍ତି। ନୂଆ ନିର୍ଦ୍ଦେଶକ ବିଶ୍ବେସ କୃଷ୍ଣମୂର୍ତ୍ତିଙ୍କ ଏହି ଫିଲ୍ମରେ ଏହାନ ଏକ ସଂଗୀତକାର ରୂପେ ଦାୟିତ୍ବ ବହନ କରିଛନ୍ତି।

A R Rehmanମଡେଲିଂ ଦୁନିଆରେ ଖୁବ୍ ନା କମାଇଥିବା ଏହାନଙ୍କୁ ଏହି ଫିଲ୍ମରେ ସୁଯୋଗ ଦେବା ପାଇଁ ଏ ଆର ରେହମାନ ପ୍ରଥମେ ଶହେ ଲୋକମାନଙ୍କର ଟେଷ୍ଟ ନେବା ପରେ ଏହାନଙ୍କୁ ବାଛିଥିଲେ। ଗତ ଏକ ବର୍ଷରୁ ଏହାନ ଚେନ୍ନାଇରେ ରେହମାନଙ୍କ ସହ ରହି ପିଆନୋ ବଜାଇବା ସିଖିଥିଲେ ଏବଂ ମୁମ୍ବାଇରେ ଭଏସ ଟ୍ରେନିଙ୍ଗ ନେଇଥିଲେ। ଏହାପରେ ରେହମାନ ତାଙ୍କୁ ଆମେରିକାର ଆକ୍ଟିଙ୍ଗ କ୍ଲାସ ଜଏନ କରାଇଥିଲେ।

EHAN-BHATସୂଚନା ଅନୁଯାୟୀ ରେହମାନ କହିଛନ୍ତି, ନିଜର ଅନେକ ପ୍ରତିଭାକୁ ନେଇ ଏହାନ ଜଣେ ଭଲ ଏବଂ ସମ୍ପୂର୍ଣ୍ଣ କଳାକାର ହୋଇପାରିଛନ୍ତି। ହିନ୍ଦୀ ସିନେମାରେ ମୁଁ ଏକ ନୂଆ ହିରୋ ଦେବାକୁ ଯାଉଥିବାରୁ ବହୁତ ଖୁସି ଅଛି ବୋଲି ରେହମାନ କହିଥିଲେ। ଏହାନ ମଧ୍ୟ ଏ ପର୍ଯ୍ୟନ୍ତ ପହଞ୍ଚିବାରେ ମଧ୍ୟ ଅନେକ ପରିଶ୍ରମ କରିଛନ୍ତି। ତାଙ୍କର ସମର୍ପଣ ଏବଂ ଚେଷ୍ଟା ଦେଖି ମୁଁ କହିପାରିବି ସେ ବଡ଼ ପରଦାରେ ଜଣେ ଭଲ ହିରୋ ହେବାକୁ ଯାଉଛନ୍ତି। ପ୍ରଥମ ଫିଲ୍ମରେ ଏ ଆର ରେହମାନଙ୍କ ଭଳି ନିର୍ମାତା ପାଇ ମଧ୍ୟ ଏହାନ ଖୁବ୍ ଖୁସି ଅଛନ୍ତି।

ehanରିପୋର୍ଟ ଅନୁଯାୟୀ ଏହାନ କହିଛନ୍ତି, ଏଭଳି ସୁଯୋଗ ପାଇବା କୌଣସି କଳାକାର ସ୍ବପ୍ନରେ ମଧ୍ୟ କେବେ ଭାବିନଥିବେ। ମତେ ଏହି ଫିଲ୍ମରେ ଏ ଆର ରେହମାନ ସାର୍ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛି। ତାଙ୍କ ସଂଗୀତକୁ ନେଇ ମତେ ବହୁତି କିଛି ଶିଖିବାକୁ ମିଳିଛି ବୋଲି ଏହାନ କହିଛନ୍ତି। ବହୁତ ଜଲଦି ରେହମାନଙ୍କ ଫିଲ୍ମ ’୯୯ ସଙ୍ଗ୍ସ’’ କୁ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.