ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରିବା ପ୍ରେମୀ ଯୁଗଳଙ୍କ ପାଇଁ ପାଲଟିଲା ଆଶୀର୍ବାଦ, ଘରେ ଚାଲାଣ ପାଇବା ପରେ ପରିବାର ଲୋକେ ନେଲେ ଏହି ନିଷ୍ପତ୍ତି

ଗୁଜୁରାଟ: ଗୁଜୁରାଟରେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଏକ ପ୍ରେମୀ ଯୁଗୋଳଙ୍କ ପାଇଁ ବିବାହର କାରଣ ପାଲଟିଛି । ସୂଚନା ଅନୁଯାୟୀ ଏହି ପ୍ରେମୀ ଯୁଗୋଳ ବାଇକରେ ଯାଉଥିଲେ । ସେହି ସମୟରେ ସେମାନେ ଟ୍ରାଫିକ୍ ନିୟମ ଅବମାନନା କରିଥିଲେ । ଯାହାଫଳରେ ଟ୍ରାଫିକ୍ ପୋଲିସ୍ ନିମୟ ଉଲ୍ଲଙ୍ଘନ କରିବା କାରଣକୁ ଶନିବାର ଦିନ ବତ୍ସଲ୍ ପାରେଖ ନାମକ ଯୁବକଙ୍କ ଘରକୁ ଚାଲଣ ପଠାଇଥିଲେ । ଯୁବକଙ୍କ ଘର ଲୋକଙ୍କୁ ଯେତେବେଳେ ଉକ୍ତ ଚାଲାଣଟି ମିଳିଲା ସେତେବେଳେ ସେଥିରେ ଥିବା ଏକ ଫଟୋ ମଧ୍ୟ ସେମାନେ ଦେଖିବାକୁ ପାଇଥିଲେ।

policeଫଟୋଟିରେ ଯୁବକଙ୍କ ସହିତ ଜଣେ ଝିଅଟି ପଛପଟେ ବସିଥିଲେ । ତେବେ ଏନେଇ ବତ୍ସଲଙ୍କ ଘର ଲୋକେ ପଚରାଉଚରା କରିଥିଲେ ସେହି ଝିଅଟି ବିଷୟରେ ଏବଂ ସେ ତାଙ୍କ ପ୍ରେମିକା ବୋଲି ବତ୍ସଲ କହିଥିଲେ । ଏହାପରେ ଝିଅଟିର ଘର ଲୋକଙ୍କୁ ବତ୍ସଲଙ୍କ ପରିବାର ଲୋକେ ଡକାଇଥିଲେ ଏବଂ ଆପୋସ କଥାବାର୍ତ୍ତା କରିବା ପରେ ଉଭୟଙ୍କ ବାହାଘର କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

mrgଏହାପରେ ବତ୍ସଲ ପୋଲିସକୁ ଏନେଇ ଧନ୍ୟବାଦ ଦେବା ସହ ସହ ଟ୍ବିଟ୍ କରି ଲେଖିଥିଲେ କି, ମତେ ଡାକ ଜରିଆରେ ପୋଲିସର ମେମୋ ମିଳିଥିଲା । ଏହା ସହିତ ଏକ ବହୁତ ହାସ୍ୟାଷ୍ପଦ ଘଟଣା ମଧ୍ୟ ଘଟିଗଲା । ଏହି ମେମୋ ସହିତ ଥିବା ଫଟୋରେ ମୋର ଗର୍ଲଫ୍ରେଣ୍ଡ ଦେଖାଯାଉଥିଲେ । ଏନେଇ ପ୍ରଥମେ ମୋ ବାପା ମା କିଛି ଜାଣିନଥିଲେ ,କିନ୍ତୁ ଏହି ମେମୋ କାରଣରୁ ସବୁ କିଛି ଜାଣିଗଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.