Below header

୮ବର୍ଷ ନାବାଳକର ପ୍ରତିଶୋଧ, ଦେଢ଼ବର୍ଷ ଶିଶୁକୁ ପାଣିରେ ବୁଡାଇ କଲା ହତ୍ୟା

ଦୁନିଆରେ ଘଟୁଥିବା ଅଘଟଣ ଏବଂ ଦୁର୍ଘଟଣା ବେଳେବେଳେ ମନୁଷ୍ୟର ଚିନ୍ତାଧାରାକୁ ମଧ୍ୟ ଆଘାତ ପହଞ୍ଚାଇଥାଏ। ଠିକ୍ ସେହିପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀ ଫତେହପୁର ଅଞ୍ଚଳର ଏକ ଛୋଟ ଗ୍ରାମରେ। କୋମଳ ଭାବନାତ୍ମକ ବୟସରେ ଏକ ୮ବର୍ଷର ନାବାଳକ ପ୍ରତିଶୋଧ ନେବା ପାଇଁ ଦେଢ଼ବର୍ଷର ର୍ନିମାୟା ଶିଶୁର ହତ୍ୟା କରିଦେଇଛି । ତାହା ମଧ୍ୟ କେବଳ ଏଥିପାଇଁ ,ସେ ଶିଶୁର ଭଉଣୀ ତାଙ୍କ ଭାଇକୁ ପିଟିଥିଲା। ଘଟଣାଟି ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ବାସ୍ତବ।

WIFE MURDER-1

ପୋଲିସ ସୂଚନା ମୁତାବକ, ଦେଢ଼ ବର୍ଷର ଆଲୋକ ରବିବାର ରାତିରେ ମା ଗୀତାଙ୍କ ସହ ଶୋଇଥିଲା। ସୋମବାର ସକାଳୁ ଦେଖିଲା ବେଳକୁ ଆଲୋକ ଥିଲା କୁଆଡେ ଗାୟବ। ପରିବାର ଏବଂ ସାହିପଡିଶା ଆଲୋକକୁ ଖୋଜୁ ଥିବା ବେଳେ ତାର ଶବ ସକାଳ ୭ ପାଖାପାଖି ଏକ ନାଳିଆରେ ପଡିଥିବାର ଦେଖାଗଲା। ଆଲୋକର ଆଖି ଏବଂ ଚେହେରାରେ ଖଣ୍ଡିଆ ଚିହ୍ନ ରହିଥିଲା। କାନରୁ ମଧ୍ୟ ରକ୍ତ ବାହାରୁଥିଲା। ଏହି ସମୟରେ ପାଖ ପଡିଶା ଘରୁ ଏକ ସାଢ଼େ ୮ବର୍ଷର ନାବାଳକ ଗାୟବ ଥିବା ମଧ୍ୟ ଜଣାପଡିଥିଲା।

ପୋଲିସ ତୁରନ୍ତ ଗାୟବ ଥିବା ନାବାଳକର ତଦନ୍ତ ଆରମ୍ଭ କରିଦେଲା। କିଛି ସମୟ ପରେ ସେ ମିଳିବା ସହ ପୋଲିସ ପଚରାଉଚରା କରିଥିଲା। ଏହି ସମୟରେ ନାବାଳକ ସମସ୍ତ ସତ କଥା କହିଦେଇଥିଲା।

HUSBAND MURDER-2

ଅଭିଯୁକ୍ତ ନାବାଳକର ବୟାନ ଅନୁଯାୟୀ, ଆଲୋକର ହତ୍ୟା ସେ ହିଁ କରିଥିଲା। ସେ ଆଲୋକକୁ ନେଇ ପାଣି ଟାଙ୍କିରେ ଅନେକଥର ବୁଡାଇବା ପରେ ତାକୁ ନାଳିଆରେ ଫିଙ୍ଗି ଦେଇଥିଲା। ଏପରି ଅମାନୁଷିକ ଅପରାଧର କାରଣ କିଛି ଦିନ ପୂର୍ବେ ଆଲୋକର ଭଉଣୀ ଛାତ ଉପରେ ତା ଭାଇକୁ ମାରିଥିଲା। ଯାହା ଫଳରେ ତା ଭାଇ ମୁଣ୍ଡ ଫୁଲି ଯାଇଥିଲା। ଏହି କଥାର ପ୍ରତିଶୋଧ ନେବାକୁ ଯାଇ ସେ ଆଲୋକର ହତ୍ୟା କରିଛି। ପୋଲିସ ନାବାଳକକୁ ଜେରା କରିଥିବା ବେଳେ ଆଜି ତାକୁ ଜୁବେନାଇଲ କୋର୍ଟରେ ହାଜର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.