ଘରେ ବସି ବସି ବୋରିଂ ହେଉଥିଲେ ଅରବାଜଙ୍କ ପ୍ରେମିକା ଜର୍ଜିଆ, ସେପଟେ ଲୁଚି ଲୁଚି ଆସି କଲେ ଏଭଳି କାମ, ଭିଡିଓ ଭାଇରାଲ

ଭାରତରେ ଲକଡାଉନ ଚାଲିଥିବା ବେଳେ ବଲିଉଡ ଷ୍ଟାରଙ୍କର ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭିଡିଓ ଏବେ ଅରବାଜ ଖାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଅରବାଜଙ୍କ ପ୍ରେମିକା ଜର୍ଜିଆ ଆସି ଅରବାଜଙ୍କ ସେଭିଂ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଜର୍ଜିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

Being a barber or being barbaric!? What say? 🤷🏻‍♀️ #Quarantine #Mood #Fun #BoredInTheHouse

A post shared by Giorgia Andriani (@giorgia.andriani22) on

ଜର୍ଜିଆ ସେୟାର କରିଥିବା ଭିଡିଓରେ ଦୁହେଁ ଅରବାଜ ଏବଂ ଜର୍ଜିଆ ମସ୍ତି କରୁଥିବାର ନଜର ଆସିଛନ୍ତି । ଅରବାଜ ବାଲକୋନିରେ ବସିଥିବା ବେଳେ ଜର୍ଜିଆ ତାଙ୍କର ସେଭିଂ କରିଦେଉଛନ୍ତି । ଏହି ଭିଡିଓକୁ ଫ୍ୟାନ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଜଜିଆ ଜଣେ ଇଟାଲିଆନ ମଡେଲ । ଅରବାଜ ଏବଂ ମଲାଇକା ୨ ବର୍ଷ ପୂର୍ବେ ଅଲଗା ହେବା ପରେ ଅରବାଜ ଜର୍ଜିଆଙ୍କ ସଂପର୍କରେ ଆସିଥିଲେ । ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ବେଶ୍‍ ଚର୍ଚ୍ଚା ଚାଲିଛି । ଜର୍ଜିଆ ଅରବାଜଙ୍କ ଠାରୁ ବୟସରେ ୨୨ ବର୍ଷ ସାନ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.