ଲାଇଭ କନସର୍ଟରେ ଅରିଜିତଙ୍କ ହାତ ଟାଣିନେଲେ ମହିଳା ଫ୍ୟାନ୍‌, ଆହତ ହେଲେ ଗାୟକ

ଅରିଜିତ ସିଂ ଲାଇଭ କନସର୍ଟରେ ହେଲେ ଆହତ । ମହାରାଷ୍ଟ୍ର ଔରଙ୍ଗାବାଦରେ ଏକ ଲାଇଭ କନସର୍ଟ ଚାଲିଥିବା ବେଳେ ଅରିଜିତଙ୍କ ହାତ ଟାଣିନେଲେ ମହିଳା ଫ୍ୟାନ୍‌ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଅରିଜିତ ସିଂଙ୍କ ଫ୍ୟାନ୍ସ ତାଙ୍କ ଲାଇଭ କନସର୍ଟ ଦେଖିବା ପାଇଁ ପାଗଳ ହୋଇଯାଆନ୍ତି । ଫ୍ୟାନ୍ସଙ୍କ ଭିଡ ଭିତରେ ଅନେକ ସମୟରେ ସେଲିବ୍ରିଟି ଫସିଯାଇଥାନ୍ତି । ଏମିତି ଏକ ଲାଇଭ କନସର୍ଟରେ ଅରିଜିତ୍‌ ସିଂ ଆହତ ହୋଇଛନ୍ତି । ଘଟଣା ପରେ ଅରିଜିତ ନିଜ ହାତରେ ଏକ ପଟି ବାନ୍ଧିଥିଲେ । ରବିବାର ଦିନ ମହାରାଷ୍ଟ୍ରର ଔରଙ୍ଗାବାଦରେ ଅରିଜିତ ସିଂଙ୍କ ଏକ ଲାଇଭ କନସର୍ଟ ଚାଲିଥିବା ବେଳେ ଫ୍ୟାନ୍‌ ଜଣକ ହାତ ମିଶାଇବାକୁ ବଢାଇ ଅରିଜିତଙ୍କୁ ତଳକୁ ଟାଣି ନେଇଥିଲେ। ଏହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଅରିଜିତ ଜଣେ ମହିଳା ଫ୍ୟାନ୍‌ଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ସୂଚନା ମୁତାବକ, ଏକ କନସର୍ଟ ସମୟରେ ଅରିଜିତଙ୍କ ସହିତ ହାତ ମିଳାଇବାକୁ ଯାଇ ଫ୍ୟାନ ତାଙ୍କର ହାତକୁ ଜୋରରେ ଝିଙ୍କି ଦେଇଥିଲେ । ଫଳରେ ଅରିଜିତଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଅରିଜିତ ମହିଳା ଫ୍ୟାନ୍‌ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ହାତ ଭିଡିବା ଦ୍ୱାରା କଷ୍ଟ ହେଉଛି ବୋଲି କହିଥିଲେ । ଆଉ ଷ୍ଟେଜକୁ ଆସିବାକୁ ମହିଳାଙ୍କୁ ଅନୁରୋଧ କରିଥିଲେ ।

ଏହାପରେ କନସର୍ଟକୁ କିଛି ସମୟ ପାଇଁ ବନ୍ଦ କରି ଅରିଜିତ ଉକ୍ତ ମହିଳାଙ୍କୁ କହିଥିଲେ, ‘ଆପଣ ମୋ ହାତଙ୍କୁ ଝିଙ୍କିଲେ, ଏଥିରେ କିଛି ସମସ୍ୟା ନାହିଁ । ମାତ୍ର ମୁଁ ଯଦି ଯଦି ପରଫରମାନ୍ସ କରିପାରିବି ନାହିଁ ତେବେ ଆପଣମାନେ ଉପଭୋଗ କିପରି କରିବେ । ଏହି ଘଟଣା ପରେ ଅରିଜିତ ନିଜ ହାତରେ ଏକ ପଟି ବାନ୍ଧିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ତେବେ ଅରିଜିତଙ୍କ ସହିତ ଏଭଳି ଘଟଣା ପରେ ସେ କିଛି ଲୋକପ୍ରିୟ ଗୀତ ତୁମ୍‌ ହି ହୋ, ଫିର୍‌ ଲେ ଆୟା ଦିଲ୍‌, ଦୁଆ ଏବଂ ଝୁମେ ଜୋ ପଠାନ’ ଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.