Below header

ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, କଳାହାଣ୍ଡି ମାଓ ଆକ୍ରମଣ ଓ ଝାରସୁଗୁଡ଼ା ଉପ ନିର୍ବାଚନ ନେଇ ଆଲୋଚନା

କଳାହାଣ୍ଡିରେ ମାଓବାଦୀ ଯବାନ ଗୁଳି ବିନିମୟ ପରେ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିରେ ମାଓବାଦୀ ଯବାନ ଗୁଳି ବିନିମୟ ପରେ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ମାଓ ଅପରେସନ ସହ ଝାରସୁଗୁଡ଼ା ଉପ ନିର୍ବାଚନ ନେଇ ଡ଼ିଜିଙ୍କ ସହ ଚାଲିଛି ଆଲୋଚନା ।

ସୂଚନା ଯୋଗ୍ୟ ଆଜି ସକାଳ ୧୦ଟା ବେଳେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ପୋଲିସ ଚାରିପଟୁ ଘେରିବା ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ହେଲେ ଏହି ଗୁଳିବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଜବତ ହୋଇଛି ଗୋଟିଏ AK-47 ରାଇଫଲ । ଏବେ ଘଟଣାସ୍ଥଳରେ କମ୍ବିଂ ଅପରେସନ୍‌ ଚାଲିଛି । ମାଓବାଦୀଙ୍କ ଗୁଳିରେ ଜଣେ ଡିଏସପି ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ବାଜିଛି ଗୁଳି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.