ପୋଲିସ-ମାଓବାଦୀ ମୁହାଁମୁହିଁ , ଏନକାଉଣ୍ଟରରେ ୩ ମାଓବାଦୀ ନିହତ

କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ ।ଘଟଣାସ୍ଥଳରୁ ଜବତ ହୋଇଛି ଗୋଟିଏ AK-47 ରାଇଫଲ । ଏବେ ଘଟଣାସ୍ଥଳରେ କମ୍ବିଂ ଅପରେସନ୍‌ ଚାଲିଛି । ମାଓବାଦୀଙ୍କ ଗୁଳିରେ ଜଣେ ଡିଏସପି ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ବାଜିଛି ଗୁଳି ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମଦନପୁର ରାମପୁର ଥାନା ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ପୋଲିସ ଚାରିପଟୁ ଘେରିବା ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ହେଲେ ଏହି ଗୁଳିବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଜବତ ହୋଇଛି ଗୋଟିଏ AK-47 ରାଇଫଲ । ଏବେ ଘଟଣାସ୍ଥଳରେ କମ୍ବିଂ ଅପରେସନ୍‌ ଚାଲିଛି । ମାଓବାଦୀଙ୍କ ଗୁଳିରେ ଜଣେ ଡିଏସପି ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ବାଜିଛି ଗୁଳି ।

Leave A Reply

Your email address will not be published.