ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ପଛରେ ବ୍ରିଟେନରେ ପଢୁଥିବା ଭାରତୀୟ ଛାତ୍ର!

ସଲମାନ ଖାନଙ୍କୁ ଧମକ ପଛରେ ବ୍ରିଟେନରେ ପଢୁଥିବା ଭାରତୀୟ ଛାତ୍ର । ଛାତ୍ରଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ । ଲୁକ ଆଉଟ ସର୍କୁଲାର ଜାରି କଲା ମୁମ୍ବାଇ ପୋଲିସ । ସଲମାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ବ୍ରିଟେନରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ର ବୋଲି ପୋଲିସ ସନ୍ଦେହ କରୁଛି ।

ମୁମ୍ବାଇ:ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ପଛରେ ବ୍ରିଟେନରେ ପଢୁଥିବା ଭାରତୀୟ ଛାତ୍ର । ଛାତ୍ରଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ । ଲୁକ ଆଉଟ ସର୍କୁଲାର ଜାରି କଲା ମୁମ୍ବାଇ ପୋଲିସ । ସଲମାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ବ୍ରିଟେନରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ର ବୋଲି ପୋଲିସ ସନ୍ଦେହ କରୁଛି ।

ଛାତ୍ରକୁ ଭାରତକୁ ଆଣିବାକୁ ଉଦ୍ୟମ କରୁଛି ପୋଲିସ । ଦବଙ୍ଗ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ନାଁରେ ଜଣେ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ମେଲ୍‌ କରିଥିଲେ । ଗତ କିଛି ମାସ ହେବ ସଲମାନଙ୍କୁ ମିଳୁଛି ହତ୍ୟା ଧମକ । ମୁମ୍ବାଇ ପୋଲିସ ପକ୍ଷରୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି ।

ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି ସଲ୍ଲୁ । ସେ ଆଗଭଳି ରୋଡରେ ସାଇକେଲ ଚଲାଇ ପାରୁନାହାନ୍ତି କି ମନମୁତାବକ ସବୁଆଡେ ଯାଇପାରୁନାହାନ୍ତି । ମାତ୍ର ତାଙ୍କ ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ସଲମାନ।

ଏପଟେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ସନ୍ଦିଗ୍ଧ ହରିୟାଣାର ହୋଇଥିବାବେଳେ, ସେ ବ୍ରିଟେନରେ ପଢୁଥିବା ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ।ତେବେ ଏହାପୂର୍ବରୁ ମାର୍ଚ୍ଚ ମାସରେ ମୁମ୍ବାଇ ପୋଲିସ ଓ ରାଜସ୍ଥାନ ପୋଲିସର ମିଳିତ ଅପରେସନରେ ସଲମାନ ଖାନଙ୍କୁ ଧମକ ମିଳିବା ମାମଲାରେ ଧକଡ ରାମ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ଇମେଲ ଜରିଆରେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇଥିବା ବାନ୍ଦ୍ରା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ମାମଲାରେ ମୁମ୍ବାଇ ପୋଲିସ ଟିମ୍ ଏବଂ ଲୁନି ପୋଲିସ ଟିମ୍ ମିଳିତ କାର୍ଯ୍ୟରେ ଯୋଧପୁର ଜିଲ୍ଲାର ଲୁନି ନିବାସୀ ଧକଡ ରାମଙ୍କୁ ଧରିଥିବା ନେଇ ଯୋଦ୍ଧପୁର ପୋଲିସ ଅଧିକାରୀ କହିଥିଲେ।

Leave A Reply

Your email address will not be published.