ସ୍ଲୋ ଓଭର ପାଇଁ ନୀତୀଶ ରାଣାଙ୍କୁ ଲାଗିଲା ୧୨ ଲକ୍ଷ ଟଙ୍କା ଜରିମାନା, ଦ୍ୱିତୀୟଥର ଭୁଲ୍‌ କଲେ ଗୋଟେ ମ୍ୟାଚରୁ ହେବେ ବାସନ୍ଦ

କୋଲକତା ନାଇଟ ରାଇଡର୍ସ ଅଧିନାୟକ ନୀତୀଶ ରାଣାଙ୍କୁ ସ୍ଲୋ ଓଭର ରେଟ ପାଇଁ ଲାଗିଛି ଜରିମାନା । ନୀତୀଶଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି । ଏହାକୁ ପ୍ରେସ ରିଲିଜ ପ୍ରକାଶ କରି ଜଣାଇଛି ଆଇପିଏଲ୍‌ ।

କୋଲକତା ନାଇଯ ରାଇଡର୍ସ ଅଧିନାୟକ ନିତୀଶ ରାଣାଙ୍କୁ ବଡ ଝଟକା ଲାଗିଛି । ନୀତୀଶ ରାଣାଙ୍କୁ ସ୍ଲୋ ଓଭର ରେଟ୍‌ ଯୋଗୁଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି । ଆଇପିଏଲ୍‌ ୨୦୨୩ରେ ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ପଞ୍ଜାବ କିଙ୍ଗସକୁ ୫ ଓ୍ଵିକେଟରେ ହରାଇଛି । ଆଉ ପ୍ଲେ ଅଫରେ ଖେଳିବାର ସମ୍ଭାବନା ରଖିଛି ।

ଆଇପିଏଲ୍‌ ପକ୍ଷରୁ ଜାରି ହୋଥିବା ପ୍ରେସ ରିଲିଜରେ କୁହାଯାଇଛି । ପ୍ରେସ ରିଲିଜରେ କୁହାଯାଇଛି କି, କୋଲକତା ନାଇଟ ରାଇଡର୍ସ ଅଧିନାୟକ ନୀତୀଶ ରାଣାଙ୍କୁ ଜରିମାନା ଲାଗିଛି । ନୀତୀଶ ରାଣା ଏବଂ ତାଙ୍କ ଟିମ୍‌ ସ୍ଲୋ ଓଭର ରେଟ୍‌ ଯୋଗୁଁ ଜରିମାନା ଲାଗିଛି । ଚଳିତ ସିଜିନରେ କୋଲକତା ନାଇଟ ରାଇଡର୍ସ ପ୍ରଥମ ଥର ପାଇଁ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି ।

ଯଦି ଆଗକୁ ସିଜିନରେ ନୀତୀଶ ରାଣା ଏବଂ କେକେଆର ଟିମ୍‌ ଦ୍ୱିତୀୟ ଥର ଏଥିପାଇଁ ଦୋଷୀ ପ୍ରମାଣିତ ହୁଅନ୍ତି, ସେମାନଙ୍କ ଅଡୁଆ ବଢିଯିବ । ଆଉ ଥରେ ଭୁଲ୍‌ କଲେ ସଂପୂର୍ଣ୍ଣ ମ୍ୟାଚ୍‌ ଫି କଟିବା ସହିତ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍‌ ଲାଗିପାରେ ।

ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥି ସହିତ ଉଭୟ ଦଳ ୧୧ ମ୍ୟାଚ୍ରୁ ୫ ବିଜୟ ସହ ୧୦ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ଅଷ୍ଟମ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଞ୍ଚିଛି ।
ସୋମବାର ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୮୦ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ନୀତୀଶ ରାଣା ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ। ୧୯ତମ ଓଭରରେ ସାମ କରନ୍ଙ୍କୁ ୩ ଛକା ମାରି ଆନ୍ଦ୍ରେ ରସେଲ କୋଲକତା ବିଜୟକୁ ନିଶ୍ଚିତ କରିଥିଲେ। ଶେଷ ବଲରୁ ୨ ରନ୍ ଆବଶ୍ୟକ ଥିବାବେଳେ ରିଙ୍କୁ ଚୌକା ମାରି ପୁଣି ଥରେ ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ। ୧୦ ବଲ୍ରୁ ୨୧ ରନ୍ କରିଥିଲେ ଏହି ବାମହାତୀ ବ୍ୟାଟର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.