ସେଲ୍ସମ୍ୟାନ ରୁ ସର୍କିଟ ! ବର୍ଥ ଡେ’ ସ୍ପେଶାଲରେ ପଢନ୍ତୁ ଅରସଦ ୱାରସିଙ୍କ ଜୀବନ ଯାତ୍ରା

ବଲିଉଡ୍ ଅଭିନେତା ଅରସଦ ୱାରସି ଆଜି ତାଙ୍କର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୬୮ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ହିଁ ତାଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କ ହାତ ଉଠିଯାଇଥିଲା । ତାଙ୍କର ପ୍ରାଥମିକ ଶିକ୍ଷା ନାସିକ୍ ମହାରାଷ୍ଟ୍ରରେ ହୋଇଥିଲା । କହିରଖୁଛି କି, ଅରସଦ କେବଳ ୧୦ମ କ୍ଳାସ୍ ପର୍ଯ୍ୟନ୍ତ ହିଁ ପାଠ ପଢିଛନ୍ତି । ସ୍କୁଲ୍ ଛାଡିବା ପରେ ଅରସଦ ୧୭ବର୍ଷ ବୟସରେ ହିଁ ସେଲସମ୍ୟାନ ଚାକିରି କରିବା ଆରମ୍ଭ କରିଦେଇଥିଲେ । ସେ ଘର ଘର ବୁଲି କସମେଟିକସ୍ ସାମଗ୍ରୀ ବେପାର କରୁଥିଲେ । ଏହାପରେ ସେ ଫଟୋ ଲ୍ୟାବରେ କାମ ଶିଖିଲେ । ଏହି ସମୟରେ ସେ ଡ୍ୟାନ୍ସରେ ମଧ୍ୟ ରୁଚି ରଖିଥିଲେ ।

ଏଥିପାଇଁ ସେ ଏକ ଡ୍ୟାନ୍ସ ଗ୍ରୁପ୍ ରେ ସାମିଲ ହେଲେ ଏବଂ ଇଣ୍ଡିଆ ଡ୍ୟାନ୍ସ କମ୍ପିଟିସନର ପୁରସ୍କାର(୧୯୯୧) ନିଜ ନାରେ କରିଥିଲେ । ଏହାପରେ ତାଙ୍କର ମାରିୟା ଗୌରେଟ୍ଟିଙ୍କ ସହିତ ସାକ୍ଷାତ ହୋଇଥିଲା ଏବଂ ୧୯୯୩ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅରସଦଙ୍କର ଦୁଇଟି ପୁତ୍ର ସନ୍ତାନ ଏବଂ ଗୋଟେ କନ୍ୟା ସନ୍ତାନ ଅଛନ୍ତି ।

arshad-warsiଏହାପୂର୍ବରୁ ୧୯୮୭ରେ ସେ ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିସାରିଥିଲେ । ସେ ମହେଶ ଭଟ୍ଟଙ୍କ ସହିତ ‘ଠିକାନା’ ଏବଂ ‘କାସ୍’ ଭଳି ଫିଲ୍ମ ପାଇଁ କାମ କରିଥିଲେ । ଅରସଦ ଆରମ୍ଭରୁ ଡ୍ୟାନ୍ସ ଏବଂ କୋରିୟୋଗ୍ରାଫିରେ ଆଗ୍ରହ ପ୍ରକାଶ କରିଥିଲେ । ୧୯୯୩ରେ ତାଙ୍କୁ ‘ରୁପ୍ କି ରାନି ଚୋରୋ କା ରାଜା’ ଫିଲ୍ମର ଟାଇଟଲ୍ ଟ୍ରାକ୍ କରିବାର ମୌକା ମିଳିଥିଲା । ଏଥିରେ ସେ ସଫଳତା ପାଇବା ପରେ ୧୯୯୬ରେ ଫିଲ୍ମ ‘ତେରେ-ମେରେ ସପନେ’ ରେ କାମ କରିବାର ମୌକା ପାଇଥିଲେ । ଏଠାରେ ମଧ୍ୟ ଅରସଦ ସଫଳତା ପାଇଥିଲେ ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ସବୁଠାରୁ ବଡ କଥା ଏହି ଫିଲ୍ମ ପାଇଁ ତାଙ୍କୁ ଜୟା ବଚ୍ଚନ ମୌକା ଦେଇଥିଲେ ।

ତେବେ ଏତେବେଳ ଯାଏ ମଧ୍ୟ ସେ ଚାହୁଁ ଥିବା ଷ୍ଟାରଡମ୍ ତାଙ୍କୁ ମିଳିନଥିଲା ହେଲେ ୨୦୦୩ରେ ତାଙ୍କ କ୍ୟାରିୟରର ଟର୍ଣ୍ଣିଙ୍ଗ ପଏଣ୍ଟ ଆସିଥିଲା । ଏହି ବର୍ଷ ତାଙ୍କୁ ରାଜ କୁମାର ହିରାନୀଙ୍କ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍ ‘ରେ ଏକ ବଡ ବ୍ରେକ୍ ମିଳିଥିଲା । ଏହି ଫିଲ୍ମ ପରଠାରୁ ସେ ଅରସଦ ବଦଳରେ ସର୍କିଟ ନାମରେ ଦର୍ଶକଙ୍କ ଭିତରେ ପରିଚୟ ମିଳିଥିଲା ।

warshiଏହାପରେ ୨୦୦୬ରେ ‘ଲଗେ ରହୋ ମୁନ୍ନା ଭାଇ’ ଫିଲ୍ମ ମଧ୍ୟ ତାଙ୍କ କ୍ୟାରିୟରକୁ ଆହୁରି ଚମକାଇ ଦେଇଥିଲା । ଅରସଦଙ୍କୁ ଏହି ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଅରସଦଙ୍କ କମିକ୍ ଷ୍ଟାଇଲ୍ ନିର୍ଦ୍ଦେଶକ ରୋହିତ୍ ସେଟ୍ଟିଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ତାଙ୍କର ଫିଲ୍ମ ‘ଗୋଲମାଲ୍’ ପାଇଁ ଅରସଦଙ୍କୁ ସିଲେକ୍ଟ କରିଥିଲେ। ତେବେ ଆଜି ଯାଏ ଗୋଲମାଲର ସବୁ ସିରିଜ୍ ରେ ଅରସଦଙ୍କୁ ଦେଖିବାକୁ ମିଳୁଛି । ୨୦୧୩ରେ ଫିଲ୍ମ ‘ଜଲି ଏଲଏଲବି’ରେ ମଧ୍ଯ ତାଙ୍କୁ ବହୁତ ପରିଚୟ ମିଳିଥିଲା । ଅରସଦଙ୍କ ଫିଲ୍ମ ମଧ୍ୟରେ- ଇସ୍କୟା,ଦେଢ ଇସ୍କୟା,ଗୁଡ୍ଡୁ ରଙ୍ଗିଲା,ଫ୍ରାଣ୍ଡ ସେୟାଂଏବଂ ଭୟାଜୀ ଭଳି ସୁପର ହିଟ୍ ଫିଲ୍ମ ସାମିଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.