Below header

ସାରେଗାମାପା ଲିଟିଲ ଚାମ୍ପ୍ସ ବିଜେତା ହେଲେ କେରଳର ଆର୍ଯ୍ୟନନ୍ଦା ବାବୁ, ଟ୍ରଫି ସହିତ ଜିତିଲେ ୫ ଲକ୍ଷ ଟଙ୍କା

ସିଙ୍ଗିଂ ରିୟାଲିଟ୍‌ ଶୋ ସାରେଗାମାପା ଲିଟିଲ ଚାମ୍ପ୍ସର ବିଜେତା ହୋଇଛନ୍ତି କେରଳର ଆର୍ଯ୍ୟନନ୍ଦା ବାବୁ। ନିଜ ଗାୟନ ଶୈଳୀରେ ସମସ୍ତଙ୍କ ହୃଦୟକୁ ଜିଣିନେଇଥିଲେ ଆର୍ଯ୍ୟନନ୍ଦା। ଶୋ ଜିତିବା ପରେ ତାଙ୍କୁ ଟ୍ରଫି ସହିତ ୫ ଲକ୍ଷ ଟଙ୍କା ନଗଦ ରାଶି ମଧ୍ୟ ମିଳିଛି। ଶୋର ଫାଇନାଲରେ ଆର୍ଯ୍ୟନନ୍ଦା ବାବୁ, ରନୀତା ବାନାର୍ଜୀ ଏବଂ ଗୁରକିରତ ସିଂହଙ୍କ ମଧ୍ୟ ଜବରଦସ୍ତ ଟକ୍କର ହୋଇଥିଲା। ଏମାନଙ୍କୁ ମାତ୍‌ ଦେଇ ଆର୍ଯ୍ୟନନ୍ଦା ଟାଇଟଲ ହାସିଲ କରିଛନ୍ତି।

 

View this post on Instagram

 

Thank you so much everyone for your greatest love and support 🙏❤️ And thankyou so much to the whole team of zee tv 🙏😊

A post shared by Arya Nanda R Babu (@aryananda_r_babu_official) on

କେରଳର ଆର୍ଯ୍ୟନନ୍ଦା ବାବୁଙ୍କ ହିନ୍ଦୀ ଭାଷା ଭଲଭାବେ ଜଣାନାହିଁ। କିନ୍ତୁ ସୁର-ତାଳ ଆଗରେ ଭାଷା ଜ୍ଞାନ ବେଶ କିଛି ଫରକ ପକାଇନାହିଁ। ଆର୍ଯ୍ୟନନ୍ଦା ପ୍ରଥମରୁ ସମସ୍ତ ଜଜ୍‌ଙ୍କ ହୃଦୟ ଜିତିଛନ୍ତି। ଶୋରେ ହିମେଶ ରେଶମିୟାଁ, ଅଲ୍‌କା ୟାଗନିକ, ଜାଭେଦ ଅଲ୍ଲୀ ପ୍ରମୁଖ ଜଜ୍‌ ଭାବେ ରହିଛନ୍ତି। ଶୋର ବିଜେତା ହେବା ପରେ ଆର୍ଯ୍ୟନନ୍ଦା ସମସ୍ତଙ୍କ ଜଜ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.